No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଗୁରୁବାର ) ନୟାଗଡ଼/ରଣପୁର :- ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ନନ୍ଦ ତାଙ୍କ ଅବସର ଗ୍ରହଣ ପର ର ମିଳିଥିବା ସହାୟତା ରାଶି ( ୩ ଲକ୍ଷ ) ରଣପୁର ପାମ୍ପଡା଼ ପ୍ରାଥମିକ ବିଦ୍ୟାଳୟ କୁ ‘ମୋ ସ୍କୁଲ’ ଅଭିଯାନ ରେ ସାମିଲ ହୋଇ ପୂର୍ବତନ ଛାତ୍ର ଶ୍ରୀ ଦୟାନିଧି ରାୟଗୁରୁ ଙ୍କ ଜରିଆରେ ତିନି ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ।
ଆଜି ନୟାଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିଦ୍ୟାଳୟ ର ଉନ୍ନତିକରଣ ନିମନ୍ତେ ଶ୍ରୀ ରାୟଗୁରୁ ଦାନ କରିଛନ୍ତି । ଏହି ଅବସର ରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ ଏବଂ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result