No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ପାରଳାଖେମୁଣ୍ଡି : – ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କପାରଳାଖେମୁଣ୍ଡି ଜଗନ୍ନାଥ ବିହାରର ତୃତୀୟ ଲାଇନରେ ରହୁଥିବା ନିଜ ଘର ସମେତ ୬ଟିସ୍ଥାନରେଭିଜିଲାନ୍ସ ଚଢାଉ ଜାରି ରହିଛି ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସର ବିଭାଗର ୬ଟି ଟିମ୍ ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ବିହାରରେ ଥିବା କେ.ନାଗେଶ୍ବର ସେନାପତିଙ୍କ ବାସଭବନ, ବ୍ରହ୍ମପୁରସ୍ଥିତ ତାଙ୍କ ଶାଳକଙ୍କ ଘର, ଆସିକାସ୍ଥିତ ପୈତୃକ ବାସଭବନ, ରାୟଗଡ଼ ଅଫିସ ଓ ଛଅ ମାଇଲଠାରେ ପାର୍ଟନରସିପରେ ଚାଲିଥିବା ଇଟା ଫ୍ୟାକ୍ଟ୍ରି ଉପରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ l (ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result