No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲା ପାରଳାଖେମୁଣ୍ଡି ରେଳଲାଇନ ଟ୍ରାକ ପାଖରେ କେହି ଜଣେ ଅଜଣା ବ୍ୟକ୍ତିର ଗଳିତ ଶବ ଜିଆରପି ପୋଲିସ ଉଦ୍ଧାର କରି ଶବ ବ୍ୟବଛ୍ଛେଦଲାଗି ପାରଳାଖେମୁଣ୍ଡି ମୂଖ୍ୟ ସ୍ୟାସ୍ଥ୍ୟ କେଦ୍ରକୁ ପଠାଇଛନ୍ତି । ପୋଲିସ ର କହିବା ଅନୁସାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିରହିଥିବା କୌଣସି ସୂତ୍ରରୁ ଖବର ପାଇ ସେଠି ପହଞ୍ଚିଥିଲେ । ମୃତବ୍ୟକ୍ତିର ବୟସ ପ୍ରାୟ ୩୦ବର୍ଷ ହେବବୋଲୀ ଅନୁମାନ କରାଯାଉଛି ।
ଘଟଣାସ୍ଥଳରେ ଜିଆରପି ପୋଲିସ ଏସଆଇ ବିରଜା ପ୍ରସାଦ ମିଶ୍ର, ସେକ ସମସେର ଅହମ୍ମଦ, ଶୁଶାନ୍ତ ରଥ ଓ ନୌପତାରୁ ଆସି ଆରପିଏଫ୍ ଦ୍ବୟ ଉପସ୍ଥିତିରେ ଶବ ବ୍ୟବଛ୍ଛେଦ ଲାଗି ପଠେଇ ତଦନ୍ତ ଆରମ୍ଭ କରିଛି। ଦୁଇ ରୁ ଚାରିଦିନ ଆଗରୁ ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଥିବା ଜଣାପଡିଛି । (ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result