No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର) ବରଗଡ଼ :- ଓଡିଶା କ୍ରିକେଟ ଆସୋସିଏସନ୍ ର ଭିଜନ ୨୦ -୨୪ ଆନୁକୁଲ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି।ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସଭାପତି ହରିହର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଅରୁଣ କୁମାର ମହାନ୍ତି ଓ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିଲେ।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କ୍ରିକେଟ ଆସୋସିଏସନ୍ ସମ୍ପାଦକ ରବି ପଣ୍ଡା,ଉପ ସଭାପତି ଶୁଭ୍ରାଂଶୁ ମହାପାତ୍ର, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ଚନ୍ଦ୍ର ଶେଖର ପ୍ରଧାନ, ଅମିୟ ଭୂଷଣ ସାହୁ, ସୋର୍ଯ୍ୟ ରଞ୍ଜନ ରାଏ ପ୍ରମୁଖ ଉପସ୍ଥିତ ଥିଲେ।
ବରଗଡ଼ କ୍ଲବ୍ ଓ କଟାପାଲି କ୍ରିକେଟ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ଜଗଜିତ ଲୁହା ଙ୍କ ୩୮ ରନ,ସୌରଭ କଲେତ୍ ଙ୍କ ୨୨ରନ,ଶେଖ୍ ହେୟାତ ଙ୍କ ୩୦ ରନ,ସୁସୃତମ୍ ପଣ୍ଡା ଙ୍କ ୧୨ ରନ ଫଳରେ ୨୭. ୩ ଓଭର ରେ ୧୭୪ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ।ପ୍ରତିପକ୍ଷ କଟାପାଲି ପକ୍ଷରୁ ହିମ୍ନିସ ସାହୁ ୪୬/୩,ଶୁଭମ୍ ସାମନ୍ତରାୟ ୩୨/୨, ପ୍ରୀତିଶ ଦାଶ ୫୦/୨ , ସୋମେଶ ମହାନା ୨୫/୧ ୱିକେଟ୍ ନେଇଥିଲେ। ଜବାବ ରେ ବରଗଡ଼ ଦଳ ଜୋରଦାର ଆରମ୍ଭ କରି ପ୍ରିତିଶ ଦାଶ ଙ୍କ ୭୮ ରନ, ସୁଜଲ ଭଗତ ୩୦, ଶୁଭମ୍ ସାମନ୍ତରାୟ ୨୮ ରନ କରିବାରୁ ଦଳ ୧୫.୫ ଓଭର ରେ ୧୭୫ ରନ କରି ମ୍ୟାଚ କୁ ୯ ୱିକେଟ୍ ରେ ଜିତି ନେଇଥିଲେ।କଟାପାଲି ପକ୍ଷରୁ ଏକମାତ୍ର ୱିକେଟ୍ କୁ ସୁଶୃତମ୍ ପଣ୍ଡା ୨୫ ରନ ଦେଇ ନେଇଥିଲେ । ମ୍ୟାଚ କୁ ୱିଲସନ ସିଂ ଓ ଭରତ ଚେତନ ପଣ୍ଡା ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ରଜତ ଦାଶ ଓ ମନୋଜ ପାତ୍ର।ଆସନ୍ତା କାଲି ସୁପର ଜିମ୍ନାସୀୟମ ଓ ସୋହେଲା ଏଥେଲଟିକ ଏସୋସିଏସନ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result