ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଗ୍ରାମରେ ଥିବା ଏକ ପୋଖରୀରେ ଜଣେ ବୁଡି ମୃତ୍ୟୁବରଣ କରିଥିବାର ଜଣାପଡିଛି । ମୃତ ବ୍ୟକ୍ତି ଜଣକ ସରୋଜ ପାଣିଗ୍ରାହୀ (୬୦) ବୋଲି ଜଣାପଡିଛି ସୂଚନା ପ୍ରକାରେ ସରୋଜ ପାଣିଗ୍ରାହୀ ପୋଖରୀକୁ ଯାଉଥିବାର କିଛି ଗ୍ରାମବାସୀ ଦେଖିଥିଲେ। ଏହାପରେ ତାଙ୍କର ଦେଖାନଥିଲା। ତେବେ ସେ କୌଣସି କାରଣରୁ ପୋଖରୀରେ ବୁଡି ଯାଇଥିଲେ ।















