No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର) ଭଦ୍ରକ :- ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷା ଭିତ୍ତିଭୂମି ଉପରେ ସମୀକ୍ଷା କରିଥିଲେ । ଏଥିରେ ଭଦ୍ରକ ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଉପସ୍ଥିତ ଥିଲେ । ସମଗ୍ର ଶିକ୍ଷା, ଆଦର୍ଶ ବିଦ୍ୟାଳୟ ଘର ନିର୍ମାଣର ଅଗ୍ରଗତି ଓ ହଷ୍ଟେଲ ବ୍ୟବସ୍ଥା, ବାଳିକା ଶିକ୍ଷା, ବାଳିକାଙ୍କ ଆତ୍ମାରକ୍ଷା ପ୍ରଶିକ୍ଷଣ, ମୋ ସ୍କୁଲ ଅଭିଯାନ ଏବଂ ପାଠ୍ୟ ପୁସ୍ତକ ଓ ପୋଷାକ ବିତରଣ ଆଦି ଉପରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ ।
ବିଶେଷ କରି ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ଉପରେ ଆଲୋଚନା କରିବା ସହିତ କିପରି ତୁରନ୍ତ ଜିଲ୍ଲାର ଅନ୍ୟ ୪ଟି ବ୍ଲକର ଆଦର୍ଶ ବିଦ୍ୟାଳୟର ଘର ନିର୍ମାଣ କାମ ଶୀଘ୍ର ସରିବ ସେଥିପାଇଁ ଗ୍ରାମ୍ୟ ଉନ୍ନୟନ ଡିଭିଜନକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ସକାଳୁଆ କରାଯାଇଛି । ତାହା କିପରି ଆହୁରି ଛାତ୍ର-ଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ପାଇଁ ସୁବିଧା ହୋଇ ପାରିବ ସେଥିପାଇଁ ଶିକ୍ଷା ବିଭାଗ ଉଦ୍ୟମ କରୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି । (ଦୀପ୍ତିମାନ ପତି, ଭଦ୍ରକ )
No Result
View All Result