No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ର ଦୁଧିଆ ମୁଣ୍ଡିଆ ନିକଟ ରଘୁନାଥପୁର ବସ୍ତିରେ ଗତ କାଲି ସୀତା ସାହୁ ଘରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଭୟା ବହ ଅଗ୍ନୀ କାଣ୍ଡ ଘଟି ଦୁଇ ବଖରା ବାସଗୃହ, ସମସ୍ତ ଘର କରଣା ଜିନିଷ, ଆସବାବପତ୍ର ଜଳି ପୋଡିନଷ୍ଟ ହେବା ସହ ଏକ ଗର୍ଭବତୀ ଗାଇ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା l

ଏହି ଘଟଣା ସମ୍ବନ୍ଧରେ ସମାଜ ସେବୀ ସଚିକାନ୍ତ ଷଡ଼ଙ୍ଗୀ ଜାଣିବା ପରେ ସେ ସ୍ଥାନୀୟ ବିଧାୟକ, ତହସିଲଦାରଙ୍କ ଯୋଗାଯୋଗ କରି ସୀତା ସାହୁଙ୍କୁ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଥିଲେ l ଏହି ଖବର ପାଇବା ପରେ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଦୁଃଖ ପ୍ରକାଶ କରିବା ସହ ଆଜି ଅଗ୍ନି ଵିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇ ଥିଲେ

ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବା ସହ ବସ୍ତ୍ର ଓ କିଛି ସହାୟତା ରାଶି ପ୍ରଦାନ କରିଥିଲେ l ତହସିଲଦାର ଙ୍କୁ ଯୋଗାଯୋଗ କରି ରେଡ଼କ୍ରସ ତରଫରୁ ସହାୟତା ପ୍ରଦାନ କରିବା ପାଇଁ କହିଥିଲେ l (ରଣପୁର ପ୍ରତିନିଧି ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ )
No Result
View All Result