No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଫେବ୍ରୁଆରି,ଶନିବାର ) ନୟାଗଡ଼ :- ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ପରିବେଶବିତ ସ୍ବର୍ଗତ ଦୁଃଖିଶ୍ୟାମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଵାର୍ଷିକୀ ସ୍ମୃତି ଅଵସରରେ ଏକ ସାଂକେତିକ ଵଉଳ ବୃକ୍ଷରୋପଣ ସ୍ଥାନୀୟ ପି.ଡବ୍ଲୁ ଛକ ଠାରେ ତାର ୨୭/୨/୨0୨୧ ରିଖ (ଶନିବାର) ଦିନ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା ସମେତ ବରିଷ୍ଟ ସାମ୍ବାଦିକ ତଥା ଦୂରୀଭୂତ ସାହିତ୍ୟ ପତ୍ରିକା ର କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ପଟ୍ଟନାୟକ, ବରିଷ୍ଠ ସମାଜସେବୀ ଦାମୋଦର ସାହୁ , ଦୁର୍ଗାପୂଜା କମିଟି ର ସଭାପତି ନିରଞ୍ଜନ ମିଶ୍ର ,
କବି ଅଶୋକ କୁମାର ନାୟକଙ୍କ ମଲ୍ଲ,ସଦାନନ୍ଦ ସାହିତ୍ୟ ପରିଷଦର ମୁଖ୍ୟ ପ୍ରଶାନ୍ତ କୁମାର ଦାସ, ମା’ ଫାଉଣ୍ଡସନର ସଭାପତି ତଥା ଅବସର ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ମିଶ୍ର ,ସହ ସଂପାଦକ ବିଜୟାନଂଦ ମହାପାତ୍ର, ରୋଟାରୀ କ୍ଲବ ସଂପାଦକ ଲକ୍ଷ୍ମୀନାରୟଣ ରଥ ,ସମାଜସେଵୀ ଶେଷଦେବ ପାତ୍ର ଏବଂ ମିଷ୍ଟର କାଳିଆ ସାର୍ ଉପସ୍ଥିତରହି ସହଯୋଗ କରିଥିଲେ। ମା’ ଫାଉଣ୍ଡେସନ୍ ର ସଂପାଦକ ରଂଜନ ରଶ୍ମି ଜେନା ଓ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଂପାଦକ ଶେଖ୍ ଅବଦୁଲ ଖାଲିକଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result