ଢେଙ୍କାନାଳ ଜିଲ୍ଲା (ଓଡିଶା ତାଜା ନିଉଜ ) ଢେଙ୍କାନାଳ – ପ୍ରତିନିଧି, ଅମର ରଞ୍ଜନ ଦାସ 7.2.2020 :- ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଳକ ଅନ୍ତର୍ଗତ ଯୋରନ୍ଦା ଠାରେ ମାଘ ମେଳା ଆରମ୍ଭ ଆଜି ୧୪୭ ତମ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଯୋରନ୍ଦା ଗସ୍ତ କରି ମହିମା ଗୋସାଇଁଙ୍କ ଝାଡ ଦର୍ଶନ କରିଛନ୍ତି ।
ସନ୍ଥ ମହିମା ଅଲେଖଙ୍କ ଏହି ପୀଠ ସାରା ବିଶ୍ୱବାସୀଙ୍କୁ ଅନ୍ତୋଦୟର ବାର୍ତା ଦେଉଛି । ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ନୀତି ଏବଂ ଆଦର୍ଶରେ ଚାଲିବାର ଆବଶ୍ୟକତା ରହିଛି ।
ଏହି ମେଳା ଶ୍ରଦ୍ଧାଳୁମାନଙ୍କ ମନରେ ଏକ ନୂଆ ଉତ୍ସାହ ଭରିଛି ଏବଂ ମତେ ସମାଜର ନିମ୍ନ ସ୍ତରରେ ଥିବା ଗରିବ ଲୋକଙ୍କ ପାଇଁ କାର୍ଯ୍ୟକରିବାର ପ୍ରେରଣା ଯୋଗାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଯୋରନ୍ଦା ମେଳାରେ ସାଧୁ ଏବଂ ଶ୍ରଦ୍ଧାଳୁମାନଙ୍କ ପାଇଁ କେନ୍ଦ୍ରସରକାର ସୁବନ୍ଦୋବସ୍ତ କରିଛନ୍ତି । ପାନୀୟ ଜଳ, ଶୌଚାଳୟ, ମେଡିକାଲ, ଆମ୍ବୁଲାନ୍ସ ଏବଂ ରହିବା ପାଇଁ ବଡ ବଡ ଷ୍ଟଲ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯାଇଛି ।
ଶ୍ରୀ ମହାନ୍ତି ମହିମା ସନ୍ନାସୀମାନଙ୍କ ସହ ମେଳା ସମ୍ବନ୍ଧରେ ଆଲୋଚନା କରିବା ସହ ଶ୍ରଦ୍ଧାଳୁମାନଙ୍କ ପାଇଁ ହୋଇଥିବା ବ୍ୟବସ୍ଥା ଗୁଡିକୁୁ ବୁଲି ଦେଖିଥିଲେ । ଏହି ମେଳାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ କେନ୍ଦ୍ର ସରକାର ଏଠାରେ ସାଧୁ ସନ୍ନ୍ୟାସୀ ଏବଂ ଶ୍ରନ୍ଧାଳୁମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଶ୍ରଦ୍ଧାଳୁମାନଙ୍କ ପାଇଁ ରହିବାର ବ୍ୟବସ୍ଥା ଠୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ଅନେକ ସୁବିଧା ଯୋଗାଇ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି ।
ଯୋରନ୍ଦା ମେଳାଠାରେ ପହଂଚିବା ପୂର୍ବରୁ ଜିଲ୍ଲା ସରର୍କିଟ ହାଉସଠାରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ପୂର୍ବତନ ସାଂସଦ ରୁଦ୍ର ପାଣି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ପୂର୍ବତନ ବିଧାୟକ କୃଷ୍ଣ ପାତ୍ର, ଦିନ୍ଦୋଳ ବିଧାୟକ ପ୍ରାର୍ଥୀ ଅଶୋକ ନାୟକ,କାମାକ୍ଷା ନଗର ବିଧାୟକ ପ୍ରାର୍ଥୀ ଶତ୍ରୁଘ୍ନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରେମାନନ୍ଦ ଜେନା ପ୍ରମୁଖ ସାମିଲ ଥିଲେ ।