No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଫେବୃଆରୀ ଶୁକ୍ରବାର ) ରଣପୁର :- ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଣପୁର ର ବିଭିନ୍ନ ସ୍ଥାନରେ ଅଗ୍ନି ଉତ୍ସବ ପାଳିତ ହୋଈଛି । ରଣପୁର କଂସାରୀ ସାହି ବିସି ହାଇସ୍କୁଲ ଛକ ଠାରେ ମଧ୍ୟ ଏହି ଉତ୍ସବ ବହୁ ବଡ଼ ଆକାର ରେ ଅନୁଷ୍ଠିତ ହୋଈଥିବା ଦେଖିବାକୁ ମିଳିଛି । (ବିନାୟକ କ୍ଲବର ସଦସ୍ୟ ବୃନ୍ଦ) ଦେବାଶିଷ ମହାରଣା, ମନୋରଞ୍ଜନ ମହାରଣା, ଶିବପ୍ରସାଦ ବେହେରା , କାହ୍ନୁଚରଣ ବେହେରା ,ପ୍ରଶାନ୍ତ କୁମାର ସାହୁ , ପପୁନ କୁମାର ଦାସ , ଦିପୁନ କୁମାର ସାହୁ, ସିବୁନ ସାହୁ , ସନ୍ତ ମହାରଣା , ହରିହର ସାହୁ , ଗଙ୍ଗାଧର ମହାରଣା, ଟୁନା ଦାସ୍ ,ସୌମ୍ୟକାନ୍ତ ମହାରଣା ଇତ୍ୟାଦି ସହଯୋଗ କରିଥିଲେ । ଏତଦବ୍ୟତୀତ ଅନ୍ୟ କେତେକ ସାହି ଗୁଡ଼ିକରେ ମଧ୍ୟ ଏହି ଅଗ୍ନି ଉତ୍ସବ ବହୁ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଛି । ଏହି ଦିନଟିରେ ଅଗ୍ନି ଜଳାଇଲେ ଅଗ୍ନି ର ପ୍ରକୋପ ରେ ବହୁ ରୋଗ ଏବଂ କ୍ଷତିକାରକ କୀଟ ପତଙ୍ଗ ଙ୍କ ନାଶ ହୋଇଥାଏ ବୋଲି ଲୋକ ମାନଙ୍କ ର ବିଶ୍ୱାସ ରହିଛି ।

ଆହୁତି ପୂର୍ବକ ଘିଅ , ଫଳ ମୂଳ , ପନି ପରିବା , ନାରିକେଳ( ନଡିଆ ) ଇତ୍ୟାଦି ଅଗ୍ନି କୁ ସମର୍ପିତ କରାଯାଏ । ସଧାରଣତଃ ଏହି ଅଗ୍ନି ଉତ୍ସବ ଶୀତ ର ପ୍ରବାହ କୁ ତଥା ଶୀତ ଋତୁ କୁ ବିଦାୟ ଦେବା ପାଈଁ ଅଗ୍ନି ଜଳାଇ ଶୀତ ର ପ୍ରଭାବ କୁ କମ କରାଯାଇଥାଏ ଏହା ପରେ ଗ୍ରୀଷ୍ମ ଋତୁ ଅନୁଭୂତ ହୋଇଥାଏ । ଆଜି ର ଅଗ୍ନି ଜଳା ଉତ୍ସବ କୁ ଲୋକ ମାନେ ବହୁ ଧୁମ୍ ଧାମ ର ସହକାରେ ପାଳନ କରୁଥିବାର ଦେଖିବାକୁ ମିଳୁଥିବା ବେଳେ ଆଜି ଠାରୁ ପ୍ରତ୍ୟକ ଗ୍ରାମ ଗୁଡ଼ିକ ରେ ସମୂହ ଯନ୍ତାଳ ଭୋଜି ର ଆୟୋଜନ ହୋଇଥାଏ ।

ଏଥି ସହିତ ପୂର୍ବ ରୁ ବହୁ ଲୋକମତରେ ତଥା ବିଶ୍ୱାସ ରହିଛି ଏହି ଉତ୍ସବ ଟି ଗାଁ ଗଣ୍ଡା ରେ ପାଳନ କରି ଅଗ୍ନି ଦେବତା ଙ୍କୁ ଶାନ୍ତ କରାଯାଏ ଏବଂ ଗ୍ରୀଷ୍ମ ଦିନରେ ଘର ଗୁଡ଼ିକରେ ନିଆଁ ଲାଗିନଥାଏ । ସେହି ପରମ୍ପରା କୁ ଆଜି ପର୍ଯ୍ୟନ୍ତ ଲୋକ ମାନେ ବହୁ ଉଲ୍ଲାସ ସହକାରେ ଏକତ୍ର ହୋଇ ଅଗ୍ନି ଉତ୍ସବ ପାଳନ କରି ଆସୁଛନ୍ତି । (ସୋନାଲି ମହାରଣା ରିପୋର୍ଟ)
No Result
View All Result