ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ବରଗଡ଼ :- ଆଜି ମୋ ସ୍କୁଲ ଅଭିଯାନ କ୍ରମରେ ବରଗଡ଼ ପୈ।ରାଞ୍ଚଳ ଅନ୍ତର୍ଗତ ଗଙ୍ଗା ଧର ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ କୁ ଏ ଇ ଏମ ଇଂରାଜୀ ମାଧ୍ୟମ ସ୍କୁଲ ର ଉପାଧ୍ୟକ୍ଷ ଯଶବୀର ସିଂ ପୈ।ଷ୍ୟ ସ୍କୁଲ ଭାବେ ଗ୍ରହଣ କରି ଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ଦ୍ବାରା ସ୍କୁଲ ପରିସରରେ
ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ର ଭାନୁ କଚ୍ଛପ ଯୋଗ ଦେଇ ଯଶବୀର ସିଂ ଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ,ସିଆରସିସି, ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବନିତା ତ୍ରିପାଠୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅବିଭାବକ ମାନେ ଉପସ୍ଥିତ ଥିଲେ ।
(ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )














