ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ; ବାଲିତୁଠ ଗ୍ରାମ ପଞ୍ଚାୟତର କର୍ମୀ ସମାବେଶ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ଏରସମା :- ବିଜୁ ଜନତା ଦଳ ବାଲିତୁଠ ଗ୍ରାମ ପଞ୍ଚାୟତର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଅନୁମୋଦନ କ୍ରମେ ବାଲିତୁଠ ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସଭାପତି କରୁଣାକର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ପରିଚାଳନା କରିଥିଲେ ବିଭୁ ରଂଜନ ସାମନ୍ତରାୟ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଗୌରାଙ୍ଗ ଚରଣ ସ୍ବାଇଁ । ଶ୍ୟାମସୁନ୍ଦର ରାଉତ ଙ୍କ ଦ୍ଵାରା ସଭାପତି କରୁଣାକର ଦାସ ଙ୍କୁ ସ୍ଵାଗତ କରାଯାଇଥିଲା ।

ବାଲିତୁଠ ଗ୍ରାମ ପଞ୍ଚାୟତ ର ୧୪ଗୋଟି ୱାର୍ଡ ତରଫରୁ ବାବାଜୀ ସ୍ବାଇଁ, ଗଣେଶ ସେଠୀ, ସରୋଜ ତ୍ରିପାଠୀ, ଜଗନ୍ନାଥ ଦାସ, ଦଇତାରୀ ନାୟକ, ଉମାକାନ୍ତ ସ୍ବାଇଁ, ପରୀକ୍ଷିତ ଦାସ, ବିଷ୍ଣୁ ଚରଣ ଦାସ, ବିଜୟ ସୂତାର, ହରେକୃଷ୍ଣ ମୁଦୁଲି, ପ୍ରମୋଦ ମଲ୍ଲିକ, ବିଶ୍ୱଜିତ ପରିଡ଼ା, ବାବୁନି ମହାପାତ୍ର, ଦେବେନ୍ଦ୍ର ସ୍ବାଇଁ, ଧୀରେନ୍ଦ୍ର ଜେନା, କୃଷ୍ଣମୋହନ ଦାସ, ମାଧବ ନାୟକ, ଶ୍ରୀଧର ରାଉତ, ଗୁଣନିଧି ମଲ୍ଲ ପ୍ରମୁଖ ନିଜ ନିଜ ୱାର୍ଡର ବାକି ରହିଥିବା ଭତ୍ତା, ରାସନ କାର୍ଡ, ପାନୀୟ ଜଳ, ରାସ୍ତା କାମ ଆଦି ପୂର୍ଣ୍ଣାଙ୍ଗ ନିମନ୍ତେ ଉପସ୍ଥାପନ କରିଥିଲେ ।

ସଭାପତି ଉକ୍ତ ସମସ୍ତ କାର୍ଯ୍ୟ ପୂରଣ କରିବା ସହ ଏକାଠି ହୋଇ କାମ କରିବା ପାଇଁ ପ୍ରତିଶୁତି ପ୍ରଦାନ କରିଥିଲେ । ପରିଶେଷରେ ରଶ୍ମି ରଂଜନ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀକାନ୍ତ ବେହେରା, ସନ୍ଦୀପ ବେହେରା, ଚଙ୍ଗୁ ପଲାଇ, ସୁରେଶ ରାଉତ, ଗଗନ ବିହାରୀ ପ୍ରଧାନ, ପ୍ରଭାକର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ । (ରିପୋର୍ଟ : ରଶ୍ମି ରଂଜନ)