୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ; ବନ୍ଧା ହେଲେ : ବିଜେଡିର ପୂର୍ବତନ ବିଧାୟକ – ଦେବେନ୍ଦ୍ର କହଁର

ଓଡ଼ିଶା ତାଜା ନ୍ୟୁଜ (୨୪ ଫେବୃଆରୀ,ବୁଧବାର ) ଫୁଲବାଣୀ :- ବିଜେଡିର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ବନ୍ଧା ହେଲେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆଜି ଫୁଲବାଣୀ ପୁଲିସ୍ ଗିରଫ କରିଛି । ତାଙ୍କ ସହ ଜଣେ IRBNର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି । ଘଟଣାରେ ଆଉ ତିନିଜଣ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଫୁଲବାଣୀ ଟାଉନ୍ ଥାନା ଚେଷ୍ଟା ଚଳାଇଥିବା ଆଇଆଇସି ସୁଶାନ୍ତ କୁମାର ସେଠୀ କହିଛନ୍ତି ।

କାମାକ୍ଷା ଏନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିବାରେ ପୁଲିସ କେସ ନଂ ୨୪ା୨୧ରେ ମାମଲା ରୁଜୁ କରି ତଦନ୍ତ କରିଥିଲା ଗିରଫ ପରେ ତାଙ୍କୁ SDJM କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ଦୁଇ ଅଭିଯୁକ୍ତଙ୍କ ଜାମିନ୍ ଆଦେବନ ଖାରଜ କରିଦେଇଛନ୍ତି । ସେମାନଙ୍କୁ ସହିତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ଗୌରୀ ଶଙ୍କର ବେହେରା କହିଛନ୍ତି । ବର୍ତ୍ତମାନ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଗତ ୧୧ ତାରିଖରେ ପରଜଙ୍ଗ ଥାନା ଅଞ୍ଚଳର କାମାକ୍ଷୀ ବେହେରା ନାମକ ଜଣେ ବ୍ୟକ୍ତି ନିଜ କାରରେ କନ୍ଧମାଳ ଜିଲ୍ଲା କାଶିନୀପଦର ଅଞ୍ଚଳରେ ରହୁଥିବା ଜଣେ ସାଙ୍ଗଙ୍କ ଘରକୁ ଯାଉଥିଲେ । ଏହି ସମୟରେ ଉରୁମଗଡ଼ ଗାଁ ରାସ୍ତାରେ କାମାକ୍ଷୀ ସଠିକ ଠିକଣା ପଚାରିଥିଲେ । ଯାହା ପରେ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀ କାମାକ୍ଷୀଙ୍କୁ ଠିକଣା କହିବା ବଦଳରେ ତାଙ୍କୁ ମାଡ଼ ମାରିବା ସହ ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଥିଲେ ।

ଟଙ୍କା ଲୁଟ୍ କରିବା ପରେ କାମାକ୍ଷୀଙ୍କୁ ଛାଡ଼ିଦେଇଥିଲେ । ଯାହାପରେ କାମାକ୍ଷୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ଆଜି ପୁଲିସ୍ ପୂର୍ବତନ ବିଧାୟକଙ୍କୁ ଗିରଫ କରିଛି । ତେବେ ଦେବେନ୍ଦ୍ରଙ୍କ ଗିରଫଦାରୀ ନୂଆ ନୁହେଁ । ଏହା ପୂର୍ବରୁ ୨୦୧୮ରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ମଧ୍ୟ ଦେବେନ୍ଦ୍ରଙ୍କୁ ଗିରଫ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଆଜି ଅଭିଯୁକ୍ତ ଦେବେନ୍ଦ୍ରଙ୍କ ସହ ଶ୍ରୀନିବାସଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଫୁଲବାଣୀ ଏସଡିଜେଏମ କୋର୍ଟର ସରକାରୀ ଓକିଲ ଗୌରୀଶଙ୍କର ବେହେରା ସୂଚନା ଦେଇଛନ୍ତି । ଦେବେନ୍ଦ୍ର ଓ ଅନ୍ୟମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା ୩୪୧/୩୨୩/୩୮୪/୩୯୫/୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି । ତେବେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ରଙ୍କ ଏହି କାରନାମା ଓ ଗିରଫଦାରୀ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି ।