କଟକ ଜିଲ୍ଲା ମାହାଙ୍ଗା (ଓଡିଶା ତାଜା ନିଉଜ ) ଦୁଲାରପୁର ଗ୍ରାମ 6/2/2020 :- କଟକ ଜିଲ୍ଲା ମାହାଙ୍ଗା ତହସିଲର ଗୋପାଳପୁର ପଂଚାୟତ ଦୁଲାରପୁର ଗ୍ରାମରେ ଥିବା ସତ୍ୟନାରାୟଣ ମନ୍ଦିର ରୋଷେଇ ଘର ଉଛେଦ କୁ ନେଇ ମାହାଙ୍ଗା ପ୍ରଶାସନ ଓ ଗ୍ରାମ ବାସୀ ଙ୍କ ମଧ୍ୟରେ ମୁହାଁମୁହିଁ ହେଇଥିବା ଦେଖିବାକୁ ମିଳିଛି, ସରକାରୀ ଜମିରେ ମନ୍ଦିର କମିଟି ପକ୍ଷରୁ ଏକ ପକ୍କା ରୋଷେଇଘର ନିର୍ମାଣକୁ ନେଇ ଗ୍ରାମବାସୀ ଓ ଉକ୍ତ ଜମି ପଛରେ ଥିବା ଜଣେ ଘଡ଼େଇ ବ୍ୟକ୍ତିଙ୍କ ଘରକୁ ରାସ୍ତା ପାଇଁ ବିବାଦ ସୃଷ୍ଟି ହେଇଥିଲା,
ପରେ ଏହି ବିବାଦ ତହସିଲ ଓ କୋର୍ଟ ରେ ଯାଇ ପହଞ୍ଚିଥିଲା, ଗ୍ରାମବାସୀ ରୋଷେଇ ଘର ନିର୍ମାଣ ପାଇଁ ଜିଦରେ ଅଟଳ ଥିବାବେଳେ ଘରମାଲିକ ରାସ୍ତା ପାଇଁ ନିଜ ଜିଦରେ ଅଟଳ ଥିଲେ, ପରେ ନ୍ୟାୟଳୟ ନିର୍ଦେଶ କ୍ରମେ ଏହି ବିବାଦୀୟ ଜମିରୁ ରୋଷେଇଘର ଉଛେଦ ପାଇଁ କୋର୍ଟ ନିର୍ଦେଶ ଦେଇଥିବାବେଳ ଗ୍ରାମବାସୀମାନେ ସେ ନିର୍ଦେଶ ଉପରେ କୋର୍ଟରୁ ରହିତାଦେଶ ଆଣି ଉଛେଦ କୁ ବନ୍ଦକରିଥିଲେ, ପରେ ପୁନର୍ବାର ଆଜି ଉକ୍ତ ଜମିରୁ ରୋଷେଇଘର ଉଛେଦ ପାଇଁ ମାହାଙ୍ଗା ତହସିଲଦାର ପୂଜା କମିଟିକୁ ନୋଟିସ ଜାରିକରିବା ସହ ପୋଲିସ ଫୋର୍ସ ସହ ଉଛେଦ ପାଇଁ ଉକ୍ତ ବିବାଦୀୟ ସ୍ଥଳରେ ପହଂଚିଥିଲେ, ହେଲେ ସେଠାରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଶାରଳା ମେଳା କରାଯିବାସହ ଉକ୍ତ ବିବାଦୀୟ ସ୍ଥାନରେ ରୋଷେଇ କରାଯାଉଥିବା ଦେଖିବାକୁ ମିଳିଥିଲା,
ନିର୍ଦେଶ ଅନୁଯାଇ ପୋଲିସ ଯେସି ବି ସାହାଯ୍ୟରେ ଉକ୍ତ ଘରକୁ ଭାଙ୍ଗିବାକୁ ଗଲାବେଳେ ଗ୍ରାମର ଶହଶହ ଦଳିତ ମହିଳା ପୁରୁଷ ଆବାଳ ବୃଦ୍ଧ ବନିତା ଏହି ଉଚ୍ଛେଦକୁ ବିରୋଧ କରିବାସହ ରାସ୍ତା ଅବରୋଧ କରିରହିଥିଲେ, ଯାହାଫଳରେ ଉଛେଦ କାର୍ଯ୍ୟ ଦୀର୍ଘ 3 ଘଣ୍ଟା ବନ୍ଦ ରହିଥିଲା, ତହସିଲ ପକ୍ଷରୁ ଜାରିକରାଯାଇଥିବା ନୋଟିସ ସମ୍ପର୍କରେ ପୂଜା କମିଟି କର୍ମକର୍ତା ମାନେ ଅଜ୍ଞ ଥିବା ଓ ନୋଟିସ ରେ ଜାଲ ଦସ୍ତଖତ କରାଯାଇଥିବା ଅଭିଯୋଗ ହେଇଥିଲା, ପରେ ଦସ୍ତଖତ କାରୀ ଶାନ୍ତନୁ ନାଥଶର୍ମା ଅତିରିକ୍ତ ତହସିଲଦାର ଙ୍କ ନିକଟରେ ନିଜ ଦସ୍ତଖତ ଯାଞ୍ଚ କରିବାରୁ ତାହା ଜାଲ ବୋଲି ଜଣାପଡିବାପରେ ଘଟଣା ଅଣାୟତ୍ତ ହୋଇଯାଇଥିଲା, ତହସିଲ କର୍ମଚାରୀ ମାନେ ତାଙ୍କ ଖାଇ ନୋଟିସ କୁ ଲୁଚାଇ ଜାଲ ଦସ୍ତଖତ କରି ଘର ଭାଙ୍ଗିବାକୁ ଯୋଜନା କରିଥିବା ଅନୁରୂପ ଅଭିଯୋଗ ହୋଇଥିଲା, ଶେଷରେ ଉପସ୍ଥିତ ସାଲେପୁର ଡିଏସ୍ପି ନିମାଇଁ ସେଠି, ଆଇଆଇସି ରଞ୍ଜନ ପ୍ରଧାନ,
ଶୁଭ୍ରାଂଶୁ ଶେଖର ମଲିକ, ସାମ୍ବାଦିକ ଓ ସ୍ଥାନୀୟ ଭଦ୍ରଲୋକଙ୍କ ପରାମର୍ଶ କ୍ରମେ ସେଠାରେ ଉତେଜନା କମିବା ସହ ଘର ମାଲିକ ରାସ୍ତା କୁ ଚଳପ୍ରଚଳ ପାଇଁ ଉକ୍ତ ନିର୍ମାଣଧୀନ ରୋଷେଇଘର ର କିଛି ଅଂଶ ଉଛେଦ କରାଯାଇ ରାସ୍ତା ଦିଆଯାଇଥିଲା, ପ୍ରକାଶ ଥାଉକି ତହସିଲ ପ୍ରଶାସନର ଚଂଚକତା ଯୋଗୁ ଆଜି ଉକ୍ତ ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା, କିପରି ଉକ୍ତ ଉଛେଦ ନୋଟିସ ରେ କିଛି ବ୍ୟକ୍ତିଙ୍କ ଜାଲ ଦସ୍ତଖତ କରାଗଲା ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବୀ କରିଚନ୍ତି, ଯଦି ଏପରିସ୍ଥଳେ ଜାଲ ଦସ୍ତଖତ କରାଯାଇ ଲୋକଙ୍କୁ ପ୍ରଶାସନ ଭୁଆଁ ବୁଲାଉଛି ତେବେ ଅନ୍ୟ କାର୍ଯ୍ୟରେ ବି ଏହିପରି ଜାଲ ଦସ୍ତଖତରେ ଗୁରୁତ୍ୱପୂର୍ଣ କାର୍ଯ୍ୟ କରାଯାଉଥିବା ଘଟଣାକୁ ଏଡାଇ ଦିଆନଯାଇପାରେ, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ