No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ବରଗଡ :- ବରଗଡ ଜିଲ୍ଲା ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ ଏମପାୱାର ମେଣ୍ଟ ବରଗଡ ତରଫରୁ ଭେଡେନ ବ୍ଲକ ଡାଲବ ପଞ୍ଚାୟତ ର କନ୍ଧପଡ଼ା ର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଯେଉଁ ସମୟରେ କରୋନା ୧୯ ପ୍ରଭାବ ବିସ୍ତାର କରି ସରକାରଙ୍କ ତରଫରୁ ଲକଡାଉନ, ସଟଡାଉନ ଓ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରାଯାଇଥିଲା, ସେହି ସମୟରେ ଲିପିକା ସେଠ୍ ପାଇଥିବା ଉତ୍ତରୀୟ ମାନଙ୍କୁ କାଟି ନିଜେ ସିଲେଇ ମେସିନ ସାହାଯ୍ୟରେ ମାକ୍ସ ତିଆରିକରି ଜନସାଧାରଣ ଙ୍କୁ ବଣ୍ଟନ କରୁଥିଲେ । ଏହି ସାମାଜିକ କାର୍ଯ୍ୟ ପାଇଁ ନିକଟରୁ ଅନେକ ପ୍ରଶଂସା ସାଉଁଟିଥିଲେ ଓ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଏପରି କାର୍ଯ୍ୟ କରିବା ପାଇଁ ତାକଂର ଶୁଭଚିନ୍ତକ ମାନଙ୍କ ଠାରୁ ପ୍ରେରଣା ପାଇଥିଲେ ।

ତାଙ୍କର ଏହିପରି କାର୍ଯ୍ୟକ୍ରମ ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନସେବା କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ ପାୱାରମେଣ୍ଟ ବରଗଡ ର ସମସ୍ତ ସଦସ୍ୟ ଓ ସଦସ୍ୟା ତରଫରୁ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାସ ଓ ସହଯୋଗୀ ସଦସ୍ୟ ତଥା ସାମ୍ବାଦିକ ଶ୍ରୀ ଭବାନୀଶଙ୍କର ପାଢୀ ଥୁଆପାଲି ର ଯୋଗ ଦେଇଥିଲେ ଓ ଲିପିକା ସେଠ୍ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ ଏହା ସହିତ ଲିପିକା ସେଠ୍ ଙ୍କ ଭବିଷ୍ୟତ ଉଜ୍ବଳ ହେଉ ତାଙ୍କର ଆଶା ଓ ଆକାଂକ୍ଷା ପୂରଣ ହେଉ ବୋଲି କାମନା କରିଥିଲେ । ଲିପିକା ସେଠ୍ ଅଗ୍ରଣୀ ସାମାଜିକ ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ ପାୱାର ମେଣ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result