No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଫେବୃଆରୀ ଶନିବାର ) ଭୁବନେଶ୍ୱର :- ଆଜି ବିଧାନସଭାର ତୃତୀୟ ଦିନ ; ଧାନ କିଣା ସମ୍ପର୍କରେ ଆଜି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବେ ଶୁକ୍ରବାର ସର୍ବଦଳୀୟ ବୈଠକରେ ହୋଇଥିଲା ନିଷ୍ପତ୍ତି । ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଥିଲେ ବାଚସ୍ପତି । ଏଥିସହିତ ଆସନ୍ତା 7 ଦିନ ପରେ ଧାନ କିଣାରେ ଅଗ୍ରଗତି ସମ୍ପର୍କରେ ପୁଣିଥରେ ଗୃହକୁ ଅବଗତ କରାଇବେ । ସେପଟେ ବାଚସ୍ପତି ଙ୍କ ଏହି ନିର୍ଦେଶରେ ଅରାଜି କଂଗ୍ରେସ । ବିଜେପି ବି ନିଷ୍ପତ୍ତିକୁ ବିରୋଧ କରୁଛି ।

ବିଧାନସଭା ରେ ପୁଣି ହୋହଲ୍ଲା । ଚାଷୀ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ପ୍ଲାକାର୍ଡ ଦେଖାଇ କଲେ ନାରାବାଜି । ଗୃହ ଆରମ୍ଭ ରୁ ହୋହଲ୍ଲା । ଗୃହକାର୍ଯ୍ୟ 11 ଟା 30 ପର୍ଯ୍ୟନ୍ତ ମୁଲତବୀ । ତିନି ମିନିଟ ଗୃହ ଚାଲିବା ପରେ ହେଲା ମୁଲତବୀ ।
ଆଜି କଂଗ୍ରେସ ଦଳ ପକ୍ଷରୁ ମୁଲତବୀ ନୋଟିସ ଦିଆଯାଇଥିଲା । ଆଜି ଆଲୋଚନା ହେବାର ଥିଲା । କିନ୍ତୁ ଆଲୋଚନା ହେଲାନି । କାଲି ଚାଷୀ ବିଷ ଖାଇଛି ଧାନ ବିକ୍ରି କରିନପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଚାଷୀ ଙ୍କ ଉପରେ ଗୋଟାଏ ଦିନ ଆଲୋଚନା ଆମେ ଦାବି କରିଥିଲୁ । ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ।ସରକାର କୁହନ୍ତୁ କେତେ ଦିନ ମଧ୍ୟରେ ଧାନ ଉଠେଇବେ ମଣ୍ଡି ରୁ ,ଏବଂ ସମସ୍ତ ବିଷୟରେ ଗୋଟିଏ ଦିନ ଆଲୋଚନା ହେଉ ବୋଲି କଂଗ୍ରେସ ନେତା ଅଧର ରଞ୍ଜନ ପାଣିଗ୍ରାହୀ କହିଛନ୍ତି ।
ଯେପର୍ଯ୍ୟନ୍ତ ସରକାର ଆଲୋଚନା କୁ ନ ଓଲ୍ହାଇବେ ଓ ଚାଷୀଙ୍କ ସମସ୍ୟାର ସମାଧାନ ନ କରିବେ ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ । ଚାଷି ପ୍ରସଙ୍ଗରେ ବିଜେଡି ବିଜେପି ମିଶିଯାଇଛନ୍ତି । ଗୃହ ଭିତରେ ଡ୍ରମା କରୁଛି ବିଜେପି । ବାଚସ୍ପତି ଯୋଗାଣ ମନ୍ତ୍ରୀଙ୍କ ବିବୃତି ଦେବା ସମ୍ପର୍କରେ ରୁଲିଙ୍ଗ ଦେବା ପରେ ଏହା ସ୍ପଷ୍ଟ ହୋଇଛି । କଂଗ୍ରେସ ର ଦାବି ଚାଷୀଙ୍କ ଧାନ ତୁରନ୍ତ ଉଠାନ୍ତୁ । ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ।ରାଜ୍ୟପାଳ ଙ୍କ ଅଭିଭାଷଣ ଉପରେ ମୁଖ୍ୟମନ୍ତ୍ରୀ ଙ୍କ ବିବୃତି ରଖିବାବେଳେ କଂଗ୍ରେସ ବିରୋଧ କରିବ। ସୂଚନା ଦେଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି ତାହା ଅସତ୍ୟ । ଆମେ ଚାଷୀଙ୍କ ସମସ୍ୟ ନେଇ ସ୍ୱତନ୍ତ୍ର ମୋଶନ ଜରିଆରେ ଆଲୋଚନା ପାଇଁ ଦାବି କରୁଛୁ । ବାଚସ୍ପତିଙ୍କ ରୁଲିଂଗକୁ ଗ୍ରହଣ କରିନି ବିଜେପି । ଯେଉଁ ପର୍ଯ୍ୟନ୍ତ ଚାଷୀଙ୍କ ସମସ୍ୟା ସମାଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ବିରୋଧ ଜାରି ରଖିବୁ। କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ବିରୋଧୀଙ୍କ ହଟଗୋଳ ମଧ୍ୟରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତି ରଖୁଛନ୍ତି । 55.03 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଗତବର୍ଷ 45. 61 ଲକ୍ଷ ମେଟ୍ରିକ ଟନ ସଂଗ୍ରହ ହୋଇଥିଲା । ଗତବର୍ଷ ଅପେକ୍ଷା ଏ ଯାଏ 21 ପ୍ରତିଶତ ଅଧିକ। ମାର୍ଚ୍ଚ 31 ଧାନ କିଣାର ଶେଷ ତାରିଖ। ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ।

ବିରୋଧୀଙ୍କ ହୋହାଲ ଭିତରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଗୃହରେ ରଖିଲେ ବିବୃତି । ଧାନ କ୍ରୟ ଦିବସର 7 ଦିନ ପୂର୍ବରୁ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ପର୍କରେ ଜଣାଇଦିଆଯାଉଛି । 19 ତାରିଖ ସୁଦ୍ଧା ମୋଟ 55.03 ମେଟ୍ରିକ ଟନ ଧାନ କ୍ରୟ କରାଯାଇଛି । ଗତ ଖରିଫ ରେ ଏହି ଦିନ ସୁଦ୍ଧା 45.61 ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ ହୋଇଥିଲା। ଧାନ ସଂଗ୍ରହରେ 21 ପ୍ରତିଶତ ବୃଦ୍ଧି ଘଟିଛି । ବର୍ତ୍ତମାନ ସୁଦ୍ଧା 9.93 ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି । ଏ ବାବଦକୁ 10 ହଜାର 281 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି । ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଚାଲିବ । ବିରୋଧୀ ମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ପାଇଁ ସେମାନେ ହୋହଲ୍ଲା କରୁଛନ୍ତି । ଆମେ ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କର ଧାନ କିଣିବୁ ନାହିଁ । କେବଳ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବୁ ବୋଲି ଖାଦ୍ୟ ଯୋଗାଣ ସମବାୟ ମନ୍ତ୍ରୀଙ୍କ ସୂଚନା ।
No Result
View All Result