ମୂଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାହୁ ତାଙ୍କ ଅଭୀଭାଷଣରେ କୁନି କୁନି ପିଲାଙ୍କୁ ଉଚିତ୍ ଶିକ୍ଷା ଦିଆଗଲେ ଆଗାମୀ ଦିନରେ ଦେଶରେ ସୁନାଗରିକ ସୃଷ୍ଟି ହୋଇପାରିବେ ବୋଲି ମତ ଦେଇଥିଲେ ।
ରଣପୁର (ଓଡିଶା ତାଜା ନିଉଜ ) ରଣପୁର 5.2.2020 :- ବୁଧବାର ସଂନ୍ଧ୍ୟା ରେ ରଣପୁର ବଜେନ୍ଦ୍ର ଚନ୍ଦ୍ର ନୋଡାଲ ହାଇସ୍କୃଲ ପରିସର ମଧ୍ୟରେ ଭାରତ ସ୍କାଉଟ୍ ଓ ଗାଇଡ୍ ତରଫରୁ ଓଡିଶାର ଦ୍ୱିତୀୟ ରାଜ୍ୟ ସ୍ତରୀୟ କବ୍ ଓ ବୁଲ୍ବୁଲ୍ ଉତ୍ସବ ର ୨ୟ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସାଂନ୍ଧ୍ୟ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା, ମତ୍ସ୍ୟ ଓ କୃଷି ବିଭାଗର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୂଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ରଣପୁର ପଚାଂୟତ ସମିତି ଅଧ୍ୟକ୍ଷା ନିରୂପମା ପ୍ରଧାନ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ରନାଥ ସାହୁ, ତଥା କାର୍ଯ୍ୟକ୍ରମର ସମ୍ପାଦିକା ବନଲତା ବେହେରା ପ୍ରମୂଖ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ବିରଂଚି ନାରାୟଣ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ରବିନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ମୂଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାହୁ ତାଙ୍କ ଅଭୀଭାଷଣରେ କୁନି କୁନି ପିଲାଙ୍କୁ ଉଚିତ୍ ଶିକ୍ଷା ଦିଆଗଲେ ଆଗାମୀ ଦିନରେ ଦେଶରେ ସୁନାଗରିକ ସୃଷ୍ଟି ହୋଇପାରିବେ ବୋଲି ମତ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ କୁନି କୁନି ଛାତ୍ରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ରଣପୁର ସରସ୍ୱତୀ ଶିଶୁ ମନ୍ଦିରର ପାଇକ ଆଖଡା ଓ ଭୂଷଣ୍ଡପୁରର ଛାତ୍ରଛାତ୍ରୀମାନଙ୍କ ଦଶ ଅବତାର ନୃତ୍ୟ ଅତିଥି ଓ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଦର୍ଶକଙ୍କୁ ବିମୋହିତ କରିଥିଲା । ଏହି ଉତ୍ସବ ରେ କଟକ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ବଲାଙ୍ଗୀର, ପୁରୀ ଆଦି ୬ଟି ଜିଲ୍ଲାରୁ ପ୍ରାୟ ୬୩୦ ପ୍ରତିଯୋଗୀ ଯୋଗ ଦେଇଛନ୍ତି ।
୫ ବର୍ଷରୁ ୧୦ ବର୍ଷ ମଧ୍ୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ପ୍ରଥମେ ରାଜ୍ୟ ସ୍ତରୀୟ କବ ବୁଲବୁଲ ଉତ୍ସବ ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ରଣପୁର ରେ ୨ୟ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହେଉଛି । ସ୍କାଉଟ ର ଜିଲ୍ଲା ଟ୍ରେନିଙ୍ଗ କମିଶନର ଡଃ ପ୍ରଶାନ୍ତ କୁମାର ମିଶ୍ର , ଏକ୍ଜୁକେଟିଭ୍ ଟ୍ରେନର ଅୟସ୍ମିତା ପଣ୍ଡା , ମିହିର ରଞ୍ଜନ ପଟ୍ଟନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଖେଳ , ନାଚ , ଡିବେଟ , ରଙ୍ଗୋଲି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଚାଲିଥିଲା ।