No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଫେବୃଆରୀ ଶୁକ୍ରବାର ) ଜଟଣୀ : – ଶୁକ୍ରବାର ତିରିମଲ ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ଏକ କ୍ଲଷ୍ଟର ସ୍ତରୀୟ ଟି ଏଲ ଏମ “ଟିଚିଙ୍ଗ ଲରନନିଂ ମ୍ୟାଟେରିଆଲ” ଶିକ୍ଷଣ ସାମଗ୍ରୀ ମେଳା ଓ ନୂତନ ଶିକ୍ଷାନିତି ୨୦୨୦/୨୧ ବିଷୟରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଟି ଏଲ ଏମ ମେଳାରେ କ୍ଲଷ୍ଟର ଅଧୀନସ୍ଥ ୧୨ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ,
ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଏକହଜାର ରୁ ଉର୍ଦ୍ଧ୍ବ ଟି ଏଲ ଏମ୍ ଯୋଗ ଦେଇଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ ଜଟଣୀ ବ୍ଲକ ବି ଈ ଓ ଶ୍ରୀମତୀ ନିରୂପା ବେହେରା, ସମ୍ମାନିତ ଅତିଥି ସହକାରୀ ବି ଈ ଓ ଶ୍ରୀଯୁକ୍ତ ମଦନ ମୋହନ ଭୂୟାଁ ତିରିମଲ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରହଲ୍ଲାଦ ସାହୁଯୋଗ ଦେଇଥିବା ବେଳେ ଶକୁନ୍ତଳାଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିରଞ୍ଚି ସାହୁ ସଭା ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସି ଆର ସି ସି ପ୍ରତାପ କୁମାର ବେହେରା,ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ, ବି ଈ ଓ ଶ୍ରୀମତୀ ବେହେରା ନୂତନ ଶିକ୍ଷାନୀତି ବିଷୟରେ ଆଲୋକପାତ କରିବା ସହିତ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । (ଜଟଣୀ ରୁ ଇଫତେଖାର ଅଲ୍ଲୀ )
No Result
View All Result