ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଲୋକସେବା ଭବନ 2020 :- ବିପ୍ଲବୀ କବି ତଥା ପ୍ରଖ୍ୟାତ ସାମ୍ବାଦିକ ରବି ସିଂଙ୍କ ବିୟୋଗରେ ମଙ୍ଗଳବାର ଲୋକସେବା ଭବନସ୍ଥିତ ପ୍ରେସ୍ଲାଉଞ୍ଜଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟତମ ବରିଷ୍ଠ ସାମ୍ବାଦିକ ଜୀମୂତ ବାହାନ ମଙ୍ଗରାଜ, ବୈଷ୍ଟବ ଚରଣ ଜେନା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସଞ୍ଜୟ କୁମାର ପ୍ରଧାନ, ବିଜୟ କୁମାର ପଣ୍ଡା, କିଶୋର ମଙ୍ଗରାଜ, ବଳରାମ ନନ୍ଦ, ପରେଶ କୁମାର ଜେନା, ବିମଳ ଦାସ, ଗଜେନ୍ଦ୍ର ବେହେରା,
ଅବିନାଶ ମିଶ୍ର, ମାଧବ ବେହୁରା, ଅଭିମନ୍ୟୁ ମାହାରଣା ଓ ସୁବୋଧ କାନୁନ୍ଗୋ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସିଂଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସମ୍ଭାରକୁ ସମୃଦ୍ଧ କରିବାରେ ଉଲ୍ଲେଖନୀୟ ଅବଦାନ ଏବଂ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶ୍ରୀ ସିଂଙ୍କ ବିୟୋଗ ଓଡ଼ିଶା ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ଘଟାଇଛି । ଶ୍ରୀ ସିଂଙ୍କୁ ମରୋଣର ‘ପଦ୍ମଶ୍ରୀ’ ଉପାଧି ପ୍ରଦାନ କରିବା ନିମନ୍ତେ ଶ୍ରଦ୍ଧାଞ୍ଜଳି ସଭାରେ ଏକ ପ୍ରସ୍ତାବ ସର୍ବସ୧ତିକ୍ରମେ ପାରିତ ହୋଇଥିଲା ।