ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର ତା-୦୫/୦୨/୨୦୨୦ :- ଭୁବନେଶ୍ୱର ରାଜ୍ୟ ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଗତକାଲିଠାରୁ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ପ୍ରଥମ ଦିନରେ ବାଲିଗୁଡା ଓ.ଏଲ୍.ଆଇ.ସି ଉପଖଣ୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଶ୍ରୀଯୁକ୍ତ ପତ୍ରୀ ଜିଲ୍ଲାର ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଠା ଜଳସେଚନ ନିଗମ ସଂପର୍କିତ କାର୍ଯ୍ୟର ସମୀକ୍ଷା କରିବା ସହ ବାଲିଗୁଡା, କ. ନୂଆଗାଁ ଓ ଦାରିଙ୍ଗିବାଡି ବ୍ଲକର ବିଭିନ୍ନ ରିଭର ଲିଫ୍ଟ, ଗଭୀର ନଳକୂପ ଓ ମାଇକ୍ରୋ ରିଭର ଲିଫ୍ଟ ପ୍ରକଳ୍ପ ବୁଲି ଦେଖିଥିଲେ ା ନିଗମ ଦ୍ୱାରା କିପରି ଚାଷୀମାନେ ଆହୁରି ଅଧିକ ସୁଫଳ ପାଇପାରିବେ, ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା ।
କ୍ଷେତ୍ର ପରିଦର୍ଶନ ସମୟରେ ଶ୍ରୀ ପତ୍ରୀ କୃଷକମାନଙ୍କୁ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ରହିଛି, ରାଜ୍ୟର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ, ଯୁବପିଢି କୃଷିର ଉନ୍ନତିକୁ ଏକ ବିପ୍ଳବ ଭାବେ ନେଇ ଏହାକୁ ଲାଭଜନକ ଶିଳ୍ପରେ ପରିଣତ କରନ୍ତୁ । ସମସ୍ତ କୃଷକ ସ୍ୱାଭିମାନୀ ହେବା ସହିତ, କୃଷି ପାଇଁ ନିତାନ୍ତ ଜଳସେଚନ ଆବଶ୍ୟକ ହେଉଥିବା ଚାଷ ଜମିକୁ କିପରି ଜଳ ସେଚନ ସୁବିଧା ଉପଲବ୍ଧ ହେବ, ଉଠାଜଳସେଚନ ନିଗମ ସମସ୍ତଙ୍କର ସହଭାଗିତାରେ ଏହାର ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିବାକୁ ଶ୍ରା ପତ୍ରୀ ଗୁରୁତ୍ୱ ଦେଇଛନ୍ତି । ଶ୍ରୀ ପତ୍ରୀଙ୍କ କାର୍ଯ୍ୟ ସମୀକ୍ଷା ସମୟରେ ଫୁଲବାଣୀର ନିର୍ବାହୀ ଯନ୍ତ୍ରୀ ଶ୍ରୀ ରୁଦ୍ର ପ୍ରସାଦ ମିଶ୍ର, ସହକାରୀ ନିର୍ବାହ ଯନ୍ତ୍ରୀ ଶ୍ରୀ ମନୋରଞ୍ଜନ ନାୟକ, କନିଷ୍ଠ ଯନ୍ତ୍ରୀ(ସିଭିଲ) ଶ୍ରୀ ବେଦବ୍ୟାସ ଦାସ. କନିଷ୍ଠ ଯନ୍ତ୍ରୀ (ଇଲେକ୍ଟ୍ରିିକାଲ) ଶ୍ରୀ ଦେବେନ୍ଦ୍ରନାଥ ନାୟକ, ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି କ୍ଲେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।