କବିସୂର୍ଯ୍ୟନଗର ବ୍ଲକ (ଓଡିଶା ତାଜା ନିଉଜ ) ପଥରା, ତା-୦୫/୦୨/୨୦୨୦ :- କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପଥରା ଠାରେ ପୂର୍ବତନ ସାଂସଦ ଆସ୍କା ସ୍ବର୍ଗତ ଲଡୁ କିଶୋର ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ପାଳନ ହୋଇଯାଇଛି ।
ଓଡିଶା ପୂର୍ତ୍ତ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ସ୍ବର୍ଗତ ଲଡୁ କିଶୋର ସ୍ୱାଇଁ ଙ୍କ ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରିଛନ୍ତି ।
ମାନ୍ୟବର ବିଧାୟକ ଗୋପାଳପୁର ତଥା ଗଞ୍ଜାମ ଜିଲ୍ଲା ସଭାପତି ଡ଼.ପ୍ରଦିପ କୁମାର ପାଣିଗ୍ରାହୀ ଓ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ,ବିଧାୟିକା ଯୋଗ ଦେଇଛନ୍ତି।ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ରିପୋଟର ସୁକାନ୍ତ କୁମାର ବେହେରା