ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) ଭୁବନେଶ୍ୱର :- ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୩୫୦-୫୦୦ ସିସି ବର୍ଗରେ ନୂଆ ସିବି ୩୫୦ ଆର୍ର ବିଶ୍ୱସ୍ତରୀୟ ପ୍ରିମିୟର୍ ବିଷୟରେ ଘୋଷଣା କରାଯାଇଛି । ସିବି ପରିବାରରେ ଏହା ହେଉଛି ଦ୍ୱିତୀୟ ଯୋଗଦାନ ଯାହା ହେଉଛି ମେଡ୍ ଇନ୍ ଇଣ୍ଡିଆ ଫର ଦି ୱାର୍ଲଡ୍ । ସିବି ୩୫୦ଆର୍ର ପ୍ରାରମ୍ଭିକ ମୂଲ୍ୟ ୧,୯୬,୦୦୦ ଟଙ୍କା (ଏକ୍ସ ସୋ’ରୁମ୍, ସର୍ବଭାରତୀୟ) ରହିଛି । ଶ୍ରୀଯୁକ୍ତ ଆତସୁସି ଓଗାତା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟର ସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଜଣେ ବାସ୍ତବ ମୋଟରସାଇକଲ୍ ପ୍ରେମୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସିବି ବ୍ରାଣ୍ଡ୍ ପରିଚିତ । ୧୯୫୯ରେ ସିବି ୯୨ ଉନ୍ମୋଚନ ହେବା ପରଠାରୁ ପ୍ରଯୁକ୍ତିରେ ଏହା ସର୍ବଦା ପରିସୀମା ବଢ଼ାଇଛି । ପ୍ରଦର୍ଶନ, ଆରାମ, ଷ୍ଟାଇଲ, ପ୍ରଯୁକ୍ତି ଓ ଭରସା ଦୃଷ୍ଟିରୁ ଏହା ସୁନ୍ଦର ଲମ୍ଫ ପ୍ରଦାନ କରିଛି ।
ଗତ ବର୍ଷ ଭାରତୀୟ ଗାଡ଼ି ଚାଳକମାନେ ମେଡ୍ ଇନ୍ ଇଣ୍ଡିଆ ସିବିକୁ ଅନୁଭବ କରିବାର ସୁଯୋଗ ପାଇଥିଲେ ଏବଂ କୌତୁକ ଗାଡ଼ି ଚାଳନାରେ ନିଜର ଗର୍ବକୁ ବଢ଼ାଇଥିଲେ । ଆଜି ଆମେ ସିବି ସିରିଜ୍ରେ ନୂଆ ଅଧ୍ୟାୟ ଯୋଡ଼ୁଥିବାରୁ ଉଲ୍ଲସିତ । ସିବି ବ୍ରାଣ୍ଡ୍ର ବାସ୍ତବ ପରମ୍ପରାକୁ ଉପସ୍ଥାପନ କରି ସିବି ୩୫୦ ଆର୍ଏସ୍ ଭାରତୀୟ ଗ୍ରାହକଙ୍କ ପାରମ୍ପରିକ ଷ୍ଟାଇଲ୍ ଓ ଉତ୍କଷ୍ଟ ଉପାଦାନ ଯୋଗ କରି ମୂଲ୍ୟ ବଢ଼ାଇବ ଏବଂ ଫନ୍ ବାଇକିଂ ସଂସ୍କୃତିକୁ ବଢ଼ାଇବ ।’’ ସିବି ୩୫୦ଆର୍ଏସ୍ ସମ୍ପର୍କରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟର ସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ସିବି ବ୍ରାଣ୍ଡ୍ର ପରମ୍ପରାକୁ ଆଗକୁୂ ବଢ଼ାଇ ସମ୍ପୂର୍ଣ୍ଣ ନୂଆ ସିବି୩୫୦ଆର୍ଏସ୍ ସଡ଼କ ଅତିକ୍ରମ କରିବା ପରିକଳ୍ପନା-ଆରଏସ୍ ଉପରେ ପର୍ଯ୍ୟବେସିତ । ଏହାର ଚରିତ୍ର ବାଇକ୍ର ସଡ଼କରେ ଆରାମଦାୟକ ପ୍ରଦର୍ଶନ ସହିତ ଗାଡ଼ିଚାଳକଙ୍କ ପାଇଁ ଅନୁଭୂତି ଓ ଆରାମରେ ଆଗକୁ ବଢ଼ିବାକୁ ଜଣାଉଛି ।
ସମ୍ଭ୍ରାନ୍ତ ସହରୀ ଷ୍ଟାଇଲ୍ ଓ ଆଧୁନିକ ଶକ୍ତିଶାଳୀ ୩୫୦ ଚଜଋଝଝ ଜଋଖଋଇଝଋ ସିସି ଇଞ୍ଜିନ ସହିତ ଚାଳକଙ୍କ ଜୀବନଶୈଳୀକୁ ସୁହାଇବା ଭଳି ସିବି୩୫୦ଆର୍ଏସ୍କୁ ପ୍ରସ୍ତୁତ କରାଯାଇଛି । ପ୍ରସ୍ତୁତ ହୋଇ ରହିବା ଓ ନିଜର କାହାଣୀ ବଂଚିବା ପ୍ରତି ଏହା ଏକ ଆହ୍ୱାନ ।’’ ଏଥିରେ ବିଶାଳ ଆକୃତିର ଏକ ଇନ୍ଧନ ଟାଙ୍କି, ଫର୍କ ବୁଟସ୍, ରାଉଣ୍ଡ୍ ଏଲ୍ଇଡି ହେଡ୍ଲ୍ୟାମ୍ପ୍ ସହିତ ସ୍ୱତନ୍ତ୍ର ରିଙ୍ଗ୍ ଡିଜାଇନ୍, ଚକ୍ଷୁ ଆକୃତିର ଏଲ୍ଇଡି ୱିଙ୍କର୍, ସିଟ୍ ତଳ ସ୍ଲିକ୍ ଏଲ୍ଇଡି ଟେଲ୍ ଲ୍ୟାମ୍ପ୍ ଓ ସ୍ପୋର୍ଟି ଗ୍ରାବ୍ ରେଲ୍ ରହିଛି । ଆରାମ ଓ ସୁବିଧା ପାଇଁ ଏଥିରେ ରହିଛି ଚଉଡ଼ା ପାଟର୍ଣ୍ଣର ଟାୟାର, ଟ୍ରକ୍ ଓ ରୋଲ୍ ସିଟ୍ ଡିଜାଇନ୍, ସ୍କିଡ୍ ପ୍ଲେଟ୍ ଅଣ୍ଡରନିଥ୍, ଆସିଷ୍ଟ୍ ସ୍ଲିପ୍ କ୍ଲଚ୍, ଆଡଭାନ୍ସଡ୍ ଡିଜିଟାଲ୍ ଆନାଲଗ୍ ମିଟର, ହୋଣ୍ଡା ସିଲେକ୍ଟେôଲ ଟର୍କ କଂଟ୍ରୋଲ୍ ରହିଛି ।