No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) ବରଗଡ଼ :- ଆଜି ମଧ୍ୟ ରାତ୍ରରୁ ବରଗଡ଼ ନିକଟସ୍ଥ ବରାହାଗୁଡା ଟୋଲଗେଟରୁ ବରଗଡ଼ ଜିଲ୍ଲା ବାସୀଙ୍କ ଠାରୁ ଟୋଲଟେକ୍ସ ଆଦାୟ କରାଗଲେ ଆନ୍ଦୋଳନ କରାଯିବ ବୋଲି ବରଗଡ଼ ନ୍ୟାସନାଲ ହାଇଓ୍ବେ ୟୃଜର୍ସ ଫୋରମ୍ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଆଜି ମଧ୍ୟ ରାତ୍ରରୁ ଦେଶର ସମସ୍ତ ଟୋଲ ପ୍ଲାଜା ( ଟୋଲଗେଟ) ରେ ଜାତୀୟ ରାଜପଥ ପ୍ରାଧିକରଣ ସ°ସ୍ଥା ନିଷ୍ପତ୍ତି ଗ୍ରହଣ କରିଛି ।
ତେବେ ବରଗଡ଼ ନ୍ୟାସନାଲ ହାଇଓ୍ବେ ୟୁଜର୍ସ ଫୋରମ୍ ଜାତୀୟ ରାଜପଥ ପ୍ରାଧିକରଣ ଏଭଳି ନିଷ୍ପତ୍ତି କୁ ବିରୋଧ କରିଛି । ବରଗଡ଼ ସହର ଉପକଣ୍ଠସ୍ଥ ବରାହାଗୁଡା ରେ ରହିଥିବା ଅଶୋକ ବିଲ୍ଡକନ ଦ୍ବାରା ପରିଚାଳିତ ଟୋଲଗେଟ ବେ ଆଇନ ବୋଲି ସରକାର ପୂର୍ବରୁ ଘୋଷଣା କରିଥିବା ବେଳେ ଏଠାରେ ବରଗଡ଼ ଜିଲ୍ଲା ବାସୀଙ୍କ ଠାରୁ ଟୋଲଟେକ୍ସ ଅସୁଲି କିମ୍ବା ଫାସଟେଗ ଲଗୁ କୁ ବରଦାସ୍ତ କରାଯିବ ନାହିଁ ବୋଲି । ଫୋରମ୍ ପକ୍ଷରୁ କୁହାଯାଇଛି । ବରଗଡ଼ ଜିଲ୍ଲା ବାସୀଙ୍କ ଠାରୁ ଫାସଟେଗ ଲାଗୁ କରାଗଲେ ଫୋରମ୍ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦିଆଯାଇଛି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result