ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 4.2.2020 :- ବାର୍ଡ ଫ୍ଲୁ ଉତ୍ପତି ସ୍ଥଳ ହୋଇଥିବାରୁ ଓୟୁଏଟି ଭେଟେନାରୀ କଲେଜ କୁକୁଡା ଫାର୍ମକୁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ତିନି ମାସ ପାଇଁ ସିଲ୍ କରାଯାଇଛି । ଏହାଛଡା ପ୍ରତି ୧୫ଦିନ ଅନ୍ତରରେ ଫାର୍ମକୁ ବିଶୋଧନ କରାଯିବ । ବର୍ଷେ ପର୍ଯ୍ୟନ୍ତ ଫାର୍ମରେ କୁକୁଡା ପ୍ରଜନନ ହେବନାହିଁ । ଏହି ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ । ସେ କହିଛନ୍ତି ଖୋର୍ଦ୍ଧା ସିଡିଭିଓ ସାନିଟେସନ ସାର୍ଟିଫିକେଟ ଇସ୍ୟୁ କରିଛନ୍ତି । ଆମେ ତାକୁ ଭାରତ ସରକାରଙ୍କୁ ଦେବୁ । ଫାର୍ମ ସିଲ୍ ସମୟରେ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସମେତ ଖୋର୍ଦ୍ଧା ସିଡିଭିଓ, କେନ୍ଦ୍ରୀୟ ଟିମ୍ ପ୍ରତିନିଧି ଓ ଓୟୁଏଟି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।













