No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ଭୁବନେଶ୍ୱର :- ସୁମିତ୍ରା ଫାଉଣ୍ଡେସନ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ସୁମିତ୍ରା ଏଣ୍ଟରଟେନମେଣ୍ଟ ଓ ଆଚାର୍ଯ୍ୟ ବିହାର ପରିଷଦ । ଏହି ରକ୍ତଦାନ ଶିବିରକୁ ଓଡ଼ିଶାର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଫିତା କାଟିଥିଲେ । ଫନ୍ ଆଣ୍ଡ ଫିଟନେସ କ୍ଲବର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦେଇ ରକ୍ତଦାନ ଶିବରକୁ ସହଯୋଗ କରିଥିଲେ ।
ସୁମିତ୍ରା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ମନ ମୋର କାଗଜ ଗୁଡ଼ିର ଅଭିନେତା ରାକେଶ ସିଂହଦେଓ, ପ୍ରଯୋଜକ ଶିବିର କୁମାର ପରିଡ଼ା ଓ ସହ ପ୍ରଯୋଜକ ବିବେକାନନ୍ଦ ବାରିକ, ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର ଏହି ରକ୍ତଦାନ ଶିବରକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସଫଳ କରାଇଥିଲେ ।
ଏହା ସୁମିତ୍ରା ଏଣ୍ଟରଟେନମେଣ୍ଟର ଥିଲା ଏକ ଅଭିନବ ପ୍ରୟାସ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ପୁଷ୍ପାଞ୍ଜଳି ଦାସ, ଶିଶିର କୁମାର ମହାପାତ୍ର, ଭାଗବତ ଦାସ, ସିଦ୍ଧାର୍ଥ ଦାସ, ବିମଳ ଦାସ, ଅମରେଶ ଦାସ, ଅଜିତ ସାହୁ, ସୌମ୍ୟରଞ୍ଜନ ପାତ୍ର, ମୁନା ମିଶ୍ର ଓ ବିବେକ ଲିପୁ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ ଶିବିରରେ ସର୍ବମୋଟ ୫୬ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।
No Result
View All Result