No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ଭୁବନେଶ୍ୱର :- ରାସ୍ତା ଦୁର୍ଘଟଣା ଅନେକଙ୍କ ପରିବାରକୁ ଦୁଃଖ ଦେଇଚାଲିଛି । ଏଥିରୁ ଆମେ ପ୍ରଥମେ ବର୍ତ୍ତିବା ପାଇଁ ଯାନବାହନ ଚଳାଇବା ବେଳେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣର ଅତି ଆବଶ୍ୟକତା ରହିଛି । ତଥାପି ଅମାନିଆ ଚାଳକମାନେ ଏସବୁକୁ ଗୁରୁତ୍ୱ ଦେଉନାହାନ୍ତି ଯାହା ପାଇଁ ପୋଲିସ୍ ପକ୍ଷରୁ କଡାକଡି ଚେକିଂ ବ୍ୟବସ୍ଥା କରାଯାଇଛି ।
ଟ୍ରାଫିକ ନିୟମ ର ସଚେତନତା ପାଇଁ ଜାନୁଆରୀ ମାସ ଆରମ୍ଭରୁ ପୋଲିସ୍ ବିଭାଗ ପକ୍ଷରୁ ବିଭିନ୍ନ ଛକରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି ଉପଲକ୍ଷେ ଶନିବାର ଅପରାହ୍ନ ସତ୍ୟନଗର ଛକ ନିକଟରେ ସତ୍ୟନଗର ଲେଡିଜ୍ ଫୋରମର ସଦସ୍ୟମାନେ ସଚେତନତା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।
ଟ୍ରାଫିକ୍ ନିୟମକୁ ସଠିକ ପାଳନ କରିଥବା ଗାଡିଚାଳକ ମାନଙ୍କୁ ବଧେଇ ଜଣାଇବା ସହ ଗୋଟିଏ ଲେଖାଏଁ ସନ୍ତୋଷଜନକ ଷ୍ଟିକର୍ ଫୋରମର ସଦସ୍ୟା ଏବଂ କିନ୍ନର ସଦସ୍ୟାମାନେ ଚାଳକ ମାନଙ୍କୁ ପ୍ରଦାନ କରିଥିଲେ । ଫୋରମର ସମ୍ପାଦିକା ଅନୁରାଧା ଦାଶଙ୍କ ସୁପରିଚାଳନାରେ, କମିଶନରେଟ୍ ପୋଲିସ ତରଫରୁ ଆଡିସନାଲ ଡିସିପି ଶ୍ରୀ କିଶୋର ପାଣିଗ୍ରାହୀ ଯୋଗଦେଇଥିଲେ ।
No Result
View All Result