No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ପାରଳlଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ଖାଲିପଡିଥିବା ସରପଞ୍ଚ ପଦ ପୂରଣ ପାଇଁ ଉପନିର୍ବାଚନ ତାରିଖ କୋଷଣା କରିଥିଲେ ରାଜ୍ୟ ନିର୍ବାଚନ କମିଶନ । ଫେବ୍ରୁଆରୀ ୧୧ତାରିଖରେ ଏହି ପଞ୍ଚାୟତ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଇଥିଲା । ଏହି ସରପଞ୍ଚ ପାର୍ଥି ପାଇଁ ତିନି ଜଣ ପାର୍ଥିପତ୍ର ଦାଖଲ କରିଥିଲେ ୧:ଯବାନ ଭୂୟାଁ (ଖୋଲା ବହି)୨:ଯୋଶୀୟ ଭୂୟାଁ (ମାଛ)୩:ଭାସ୍କର ନାୟକ(ସୁଯ୍ୟ) ଚିନ୍ହରେ ପ୍ରତିଦ୍ୱନ୍ଦୀ ଭାବେ ଲୋଡ଼େଇ ଚାଇଥିଲା ।
ଗତକାଲି କୁଜାସିଂ ପଞ୍ଚାୟତରେ ୧୧ଟି ବୁଥ ଗଠନ କରାଯାଇଥିଲା ସମସ୍ତ କରନା ନିୟମ ଅନୁଯାୟୀ ଏଠାରେ ଭୋଟ ଦାନ କରାଯାଇଛି ଏବଂ ଆଜି ଗୁମ୍ମା ବ୍ଲକ ଠାରେ ବିଧିବଦ୍ଧ ଭାବେ ଭୋଟ ଗଣନା କରାଯାଇଛି ମୋଟ ଭୋଟର ମତଦାନ ୨୭୧୪ ଏଥିମଧ୍ୟରୁ ଯବାନ ଭୂୟାଁ ସର୍ବାଧିକ ୧୪୯୯,ଯୋଶୀୟ ଭୂୟାଁ ୮୨୮,ଭାସ୍କର ନାୟକ ୨୬୦, ନାକଚ ହୋଇଥିବା ଭୋଟ ୧୨୭ ।ଏଥିମଧ୍ୟରୁ ସର୍ବାଧିକ ମତଦାନ ପାଇଥିବା ଯବାନ ଭୂୟାଁ ୬୭୧ଟି ଭୋଟରେ ସରପଞ୍ଚ ପାର୍ଥି ଭାବେ ବିଜୟି ହୋଇଥିଲେ ।ଏଠାରେ ଶତାଧିକ ବିଜେଡି କର୍ମୀ,ବିଜେଡିର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ବରିଷ୍ଠ ବିଜେଡ଼ି ନେତା ବସନ୍ତ ଦାସ, ଲକ୍ଷ୍ମୀକାନ୍ତ ପରିଛା ଏମପି ପ୍ରତିନିଧି ବିମଳ କୁମାର ଦଳାଇ, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ପୋଲବ ଲିମ୍ମା,ଏନିୟସ ଶବର ପ୍ରମୁଖ ବିଜୟୀ ପାର୍ଥିଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଏବଂ ଏକ ବିରାଟ ସଭା ଯାତ୍ରାରେ କୁତାମ ଠାରୁ ପାରଳାଖେମୁଣ୍ଡି ପ୍ରଯ୍ୟନ୍ତ ଯାଇଥିଲେ (ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result