No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର )ପଦ୍ମପୁର :- ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ମିମରେ ଝାରବନ୍ଧ ବ୍ଲକୁ ଆସିଥିବା ଅର୍ଥର ବ୍ଯାପକ ବାଟମାରଣା,ସ୍ବଛ ଭାରତ ପାଇଖାନା ନିର୍ମାଣରେ ଦୁର୍ନୀତି,ଆମ ଗାଁ ଆମ ବିକାଶ ଯୋଜନାର ଅର୍ଥ ବିନା କାର୍ଯ୍ୟରେ ଟଙ୍କା ଉଠାଣ,ଗାଇ ଗୁହାଲ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାଲିଆତି,ଝାରବନ୍ଧ ବ୍ଲକରେ ଚାଷୀଙ୍କ ଲେପ୍ପ ଟୋକନ କୁ ରିଜେନେରେଟ କରିବା ଆଦି ସମସ୍ୟା କୁ ନେଇ ବରଗଡ଼ ଜିଲ୍ଲାର ଝାରବନ୍ଧ ବିଡିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ ଏକ ଜନତା ଅଦାଲତ ଡାକରା ଭାରତୀୟ ଜନତା ପାର୍ଟ ଦ୍ବାରା ଆହୁତ କରାଯାଇଛି । ଇତି ମଧ୍ୟରେ ଝାରବନ୍ଧ ବନ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ବିଜେପି ନେତା ଶ୍ରୀ ହରିହର ସାହୁଙ୍କ ଅଧ୍ୟକ୍ଷତାରେ ଝାରବନ୍ଧ ଓ ଜଗଦଳପୁର ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ଏଭଲି ନିଷ୍ପତ୍ତି ନିଆଯାଇଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ,ଝାରବନ୍ଧ ବ୍ଲକରେ ସରକାରୀ ଅର୍ଥ ବ୍ଯାପକ ଭାବେ ବାଟମାରଣା ହୋଇଥିବା ଅଭିଯୋଗ ହୋଇ ଆସୁଛି । ଜନତା ଅଦାଲତରେ ଯୋଗଦାନ କରି ଜନ ସାଧାରଣଙ୍କ ସମସ୍ୟା ଉପରେ ଉତ୍ତର ଦେବା ପାଇଁ ବରଗଡ଼ ଜିଲ୍ଲାପାଳଙ୍କୁ ବିଜେପି ତରଫରୁ ଅନୁରୋଧ ପତ୍ର ପଠା ଯାଇଛି । ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯଅତିଥି ଭାବେ ଏହି ” ଜନତା ଅଦାଲତ ” ରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଜନ ସାଧାରଣଙ୍କୁ ଆହ୍ବାନ କରିଛନ୍ତି ।
ବୈଠକରେ ଝାରବନ୍ଧ ମଣ୍ତଳ ସଭାପତି ଶ୍ରୀ ମିଳନ ପାଣ୍ତେ,ଜଗଦଳପୁର ମଣ୍ତଳ ସଭାପତି ଶ୍ରୀ ହରେକୃଷ୍ଣ ପଟେଲ,ଜିଲ୍ଲା ପରିଷଦ ଶ୍ରୀ ମତୀ କୁମୁଦିନୀ ସାହୁ,ସରପଞ୍ଚ କ୍ଷୀରସିନ୍ଧୁ ସାହୁ,ଡା ଲମ୍ବୋଦର ପଣ୍ତା,ଦୁର୍ଗା ପ୍ରସାଦ ଅଗ୍ରୱାଲ,ମାନ ଭଞୀନ ମିର୍ଦ୍ଧା,ସାଇଧର ପାଣ୍ତେ,ସାମନ୍ତ ଶେଖର ମୁନା,ପଦ୍ମନ ରଣା,ଗଣେଶ ସାହୁ,ବଶିଂଧର ନାୟକ,ଛତ୍ରପାଳ ସାହୁ,ସତ୍ଯମ ପ୍ରଧାନ,ବିନୋଦ ବାଗ,ଚିନ୍ତାମଣି ରାଉତ,ନାଥ ସିଦ୍ଧାର ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result