No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର )ପଦ୍ମପୁର :- ବରଗଡ଼ ଜିଲ୍ଲାରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଟାଳ ଗ୍ରାମର ଶ୍ରୀ ମହେନ୍ଦ୍ର ବଢେଇ ଯିଏ କି ବର୍ତ୍ତମାନ ଭୂବନେଶ୍ବର ରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ତାଙ୍କର ଏଭଲି ଭୂମିକା କୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଚାଲିଛି ।

ମୁଖ୍ୟମନ୍ତ୍ରୀ ଙ୍କ ଆହ୍ବାନରେ ଶ୍ରୀ ବଢେଇ ନିଜ ଗାଁ ସ୍କୁଲକୁ ପୋଷ୍ଯ ସ୍କୁଲ ଭାବେ ଗ୍ରହଣ କରିବାର ଏକ କାର୍ଯ୍ୟକ୍ରମ କରିଥିବା ବେଳେ ତାଙ୍କ କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ,ପଦ୍ମପୁର ଉପ ଜିଲ୍ଲାପାଳଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଶ୍ରୀ ବଢେଇ ଙ୍କୁ ସଭାରେ ଚାଟୁକାରୀତା ଭାଷଣ ଦେବା ଦର୍ଶକ ମାନଙ୍କୁ ଆଚାର୍ଯ୍ୟ ଚର୍କିତ କରିଥିଲା । ଏପରି କି ୮ ବର୍ଷ ଧରି ପଦ୍ମପୁର ବ୍ଲକର ବିଡିଓ ଥିବା ଓ ଭିଜିଲେନ୍ସ କେଶ ଧରା ପଡି ସସପେଣ୍ଡ ହୋଇଥିବା ଜଣେ ଅଧିକାରୀଙ୍କୁ ଶ୍ରୀ ବଢେଇ ତୃତୀୟ ମହଲାରେ ଚାପ ପକାଇ ତାଙ୍କୁ ପୁଣି ଅନ୍ଯ ଜିଲ୍ଲାରୁ ବଦଳି କରି ପଦ୍ମପୁର ରେ ବିଡିଓ ଭାବେ ଦାୟିତ୍ୱ ଦେଇଥିବା ର ମଧ୍ୟ ଚର୍ଚ୍ଚା ହେଉଛି ।

ଶ୍ରୀ ବଢେଇ କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଦେବତାଙ୍କ ଘରେ ପିଅନ ଭାବେ ଏକଦା କାର୍ଯ୍ୟ କରୁଥିବା ଓ ପରବର୍ତ୍ତୀ ସମୟରେ କିଭଳି ଅତିରିକ୍ତ ତହସିଲଦାର ପଦବୀକୁ ଉନ୍ନତି ହେଲେ ତାହା ମଧ୍ୟ ରହସ୍ୟ ଘେରରେ ଥିବା ବେଳେ ଏବେ ତୃତୀୟ ମହଲା ସହ ତାଙ୍କର ଏତେ ଘନିଷ୍ଠ ସଂପର୍କ କୁ ନେଇ ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି । ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକ ମାନଙ୍କ ଅପେକ୍ଷା ଶ୍ରୀ ବଢେଇଙ୍କ ଉପରେ ଜିଲ୍ଲା ପ୍ରଶାସନ ଅଧିକ ଆସ୍ଥା ପ୍ରକଟ ର ରହସ୍ୟ କଣ ? (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result