ନୟାଗଡ (ଓଡିଶା ତାଜା ନିଉଜ ) ନୟାଗଡ 3.2.2020 :- ଆଜି ଓଡିଶା ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଅଚାନକ ଭାବେ ଓ.ଏଲ୍.ଆଇ.ସି. ନୟାଗଡ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଶ୍ରୀ ପତ୍ରୀ ନିଗମର ବିଭିନ୍ନ କାର୍ଯ୍ୟ ତଦାରଖ ଓ ସମୀକ୍ଷା ପାଇଁ ୨ ଦିନିଆ କନ୍ଧମାଳ ଜିଲ୍ଲା ଅଭିମୁଖେ ଗସ୍ତ ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ଅଚାନକ ଭାବେ ନୟାଗଡ ସହର ସ୍ଥିତ ଜିଲ୍ଲା ଡିଭିଜନ କାର୍ଯ୍ୟଳୟ ପରିଦର୍ଶନ କରିଥିଲେ ।

ସେଠାରେ ସେ କାର୍ଯ୍ୟରତ ମୋଟ ଯନ୍ତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା ଯାଂଚ କରିବା ସହିତ ପ୍ରକୃତ ଉପସ୍ଥିତି ଓ କ୍ଷେତ୍ର ପରିଦର୍ଶନରେ ଯାଇଥିବା କର୍ମଚାରୀଙ୍କ ସମ୍ପର୍କରେ ବିଷଦ୍ ଭାବେ ଅବଗତ ହୋଇଥିଲେ । ନୟାଗଡ ଉଠାଜଳସେଚନ ଡିଭିଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠାଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସେଥିରୁ ଜନସାଧାରଣ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ମଧ୍ୟ ଶ୍ରୀ ପତ୍ରୀ ଅବଗତ ହୋଇଥିଲେ । ଉଠା ଜଳସେଚନ ମାଧ୍ୟମରେ କୃଷି କ୍ଷେତ୍ରକୁ ଜଳ ସେଚନ ସୁବିଧା ଯୋଗାଇ ଦେଇ କୃଷିର ଉନ୍ନତି ସହିତ କୃଷକଙ୍କ ଆୟ ବୃଦ୍ଧି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଆଶା ରଖିଛନ୍ତି ଏବଂ ତଦନୁଯାୟୀ ଓ.ଏଲ୍.ଆଇ.ସି ତରଫରୁ ନୟାଗଡ ଡିଭିଜନ ପାଇଁ ଯେଉଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି, ତାହାକୁ ୫-ଟି ଆଧାରରେ ଆନ୍ତରିକତାର ସହ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନ ଅନ୍ତର୍ଗତ ସମସ୍ତ ଯନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ଏଥି ସହିତ ଶ୍ରୀ ପତ୍ରୀ କର୍ମଚାରୀମାନଙ୍କର ସୁବିଧା ଅସୁବିଧା ମଧ୍ୟ ପଚାରି ବୁଝିଥିଲେ । ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ପତ୍ରୀଙ୍କ ଏହି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ଏଲ୍.ଆଇ . ନୟାଗଡ୍ ସବ୍ ଡିଭିଜନ୍ ସହକାରୀ ଯନ୍ତ୍ରୀ ନିରଞ୍ଜନ ଦାଶ, ନୟାଗଡ ଡିଭିଜନ ଏଲ୍.ଆଇ. ସହକାରୀ ଯନ୍ତ୍ରୀ (ସଂସ୍ଥା) ଗତିକୃଷ୍ଣ ମଲ୍ଲିକ, ସହକାରୀ ଯନ୍ତ୍ରୀ (ବିଦ୍ୟୁତ),ଏଲ୍.ଆଇ. ସବ୍ ଡିଭିଜନ ନୟାଗଡ ବିଭୁଦତ ଦାଶ, ସହକାରୀ ଯନ୍ତ୍ରୀ (ବିଦ୍ୟୁତ),ଏଲ୍.ଆଇ. ସବ୍ ଡିଭିଜନ୍ ,ଖଣ୍ଡପଡା ଏନ.ଏନ୍. ପରିଡା, କନିଷ୍ଟ ଯନ୍ତ୍ରୀ (ଦଶପଲ୍ଲା) ଏ.କେ ସାହୁ, କନିଷ୍ଠ ଯନ୍ତ୍ରୀ ନୟାଗଡ ସେଖ୍ ଇମ୍ରାନ୍ ଅଲିଖାନ୍,ଗୋପବନ୍ଧୁ ବୋଇତି, କର୍ମଚାରୀ ଦେବେନ୍ଦ୍ର ପ୍ରଧାନ ଓ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।