ମାହାଙ୍ଗା (ଓଡିଶା ତାଜା ନିଉଜ)3/2/20–କଟକ ଜିଲ୍ଲା ମାହାଙ୍ଗା ମଣ୍ଡଳ ଶିକ୍ଷାଧିକାରୀ ଙ୍କ ଅଧୀନରେ ଥିବା କୁସୁପୁର ପ୍ରାଥମିକ ବାଳିକା ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ସିଂହ ଙ୍କୁ ଅନ୍ୟତ୍ର ବଦଳି ନେଇ ଆଜି ଉକ୍ତ ବିଦ୍ୟାଳୟର ଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରିବା ସହ ତାଙ୍କ ବଦଳି ନିର୍ଦେଶ ବାତିଲ କରିବାକୁ ଦାବୀ କରିଚନ୍ତି,
ପିଲାମାନେ ବିଦ୍ୟାଳୟରେ ତାଲା ପକାଇବାଦ୍ୱାରା ପାଠପଢା ଠପ ହେଇଯାଇଛି, ସମ୍ପୃକ୍ତ ଶିକ୍ଷୟତ୍ରୀ ଙ୍କ ବଦଳି ନିର୍ଦେଶ ବାତିଲ କରାନଗଲେ ଧାରଣା ସହ ସ୍କୁଲ ପାଠପଢା ବନ୍ଦ ରହିବେବୋଲି ଛାତ୍ରୀମାନେ ଚେତାବନୀ ଦେଇଛନ୍ତି,ଏ ସମ୍ପର୍କରେ ମାହାଙ୍ଗା ବିଇଓ ଚକ୍ରଧର ବେହେରାଙ୍କୁ ପଚାରିବାରୁ ତାଙ୍କୁ ବଦଳି କରାଯାଇଛି,
ଉପରିସ୍ଥ ଅଧିକାରୀ ଙ୍କୁ ଏ ସମ୍ପର୍କରେ ଜଣାଇବି ସିଏ ଯାହା ପଦକ୍ଷେପ ନେବେବୋଲି କହିଛନ୍ତି, ଅପାର ପକ୍ଷରେ ଉକ୍ତ ବିଦ୍ୟାଳରେ 73 ଛାତ୍ରୀ ଅଧୟନ କରୁଥିବାବେଳେ ଅନୁପାତ ଅନୁଯାଇ 3 ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିବା କଥା, କିନ୍ତୁ ଏହି ଶିକ୍ଷୟତ୍ରୀ ଙ୍କ ବଦଳିପରେ ଆଉ ଦୁଇଜଣ ଅଛନ୍ତି, ଯାହାଫଳରେ ଏବେ ସେଠାରେ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଇଚି, ତୁରନ୍ତ ଏହି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମାନେ ଦାବୀ କରିଚନ୍ତି, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,