• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ (ଓସା)ର ଉଚ୍ଚ ଶିକ୍ଷା ପ୍ରୟାସକୁ ଭୁରିଭୁରି ପ୍ରଶଂସା

Proprietor Abhimanyu Maharana by Proprietor Abhimanyu Maharana
February 10, 2021
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ (ଓସା)ର ଉଚ୍ଚ ଶିକ୍ଷା ପ୍ରୟାସକୁ ଭୁରିଭୁରି ପ୍ରଶଂସା
Share on FacebookShare on TwitterWhatsapp

           ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ ସାହୁ

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ଭୁବନେଶ୍ୱର/କାଲିଫର୍ଣ୍ଣିଆ / ସିଙ୍ଗାପୁର :- ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ (ଓସା)ର ଉଚ୍ଚ ଶିକ୍ଷା ପ୍ରୟାସକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ବିଶେଷ କରି ଓସାଦ୍ୱାରା ଗଠନ କରାଯାଇଥିବା ବିଶ୍ୱ ଉଚ୍ଚ ଶିକ୍ଷା କମିଟି (ବିଉଶିକ) ତରଫରୁ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ନେଇ ଗ୍ରହଣ କରାଯାଉଥିବା ସକାରାତ୍ମକ ପଦକ୍ଷେପଗୁଡ଼ିକ ମନ୍ତ୍ରୀ ଶ୍ରୀ ସାହୁ ପସନ୍ଦ ଓ ଆଦୃତ କରିଛନ୍ତି । ନିକଟରେ ଡକ୍ଟର ସାହୁ, ଓସା ଓ ‘ବିଉଶିକ’ର ପ୍ରତିନିଧିବୃନ୍ଦ, ରାଜ୍ୟ ସରକାରଙ୍କର ପଦାଧୀକାରୀ ଏବଂ ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଏକ ମାନସନ୍ଥନ ୱେବ୍ ବୈଠକରେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିଥିବା ଜଣାଯାଇଛି । ଆନ୍ତର୍ଜାତିକ ସ୍ତରରେ ଲବ୍ଧପ୍ରତିଷ୍ଠ ଓଡ଼ିଆ ଶିକ୍ଷାବିତ୍‌ମାନଙ୍କର ଉପସ୍ଥିତିରେ ଅନୁଷ୍ଠିତ ଏହି ଅନ୍‌ଲାଇନ୍ ଅଧିବେଶନରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଉଚ୍ଚ ଶିକ୍ଷା ପ୍ରଦାନ ଓ ପଠନର ମାନକୁ କିଭଳି ଉନ୍ନତ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଚର୍ଚ୍ଚା ଆଲୋଚନା କରାଯାଇଛି ।

ଭର୍ଚ୍ଚୁଆଲ୍ ସଭାକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧନ କରି ମନ୍ତ୍ରୀ ଡ. ସାହୁ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବୈଠକରେ ନିମ୍ନୋକ୍ତ ବିଷୟବସ୍ତୁଗୁଡ଼ିକ ଉପରେ ସହମତି ପ୍ରକାଶ ପାଇଥିଲା । ସେଥିମଧ୍ୟରେ ବିଶ୍ୱବିଦ୍ୟାଳୟର ଶିକ୍ଷାବିଭାଗ ଗୁଡ଼ିକର ଆବଶ୍ୟକତା ମୁତାବକ ୱେବିନାର୍ ଏବଂ ସଂସ୍ଥାନ ଉନ୍ନୟନ ନେଇ ବିଷୟବସ୍ତୁ ‘ବିଉଶିକ’ଦ୍ୱାରା ଆୟୋଜନ କରାଯିବ, ପ୍ରଥମେ ଆମେରିକାସ୍ଥିତ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ପ୍ରାରମ୍ଭ କରି ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆନ୍ତର୍ଜାତିକ ବିଦ୍ୟାର୍ଥୀ ଏବଂ ଅଧ୍ୟାପକଙ୍କ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିବେ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ପରିସର ଗୁଡ଼ିକରେ ଯଥାଶୀଘ୍ର ଉଚ୍ଚକ୍ଷମତା ସମ୍ପନ୍ନ ୱାଇଫାଇ ବ୍ରଡ୍‌ବ୍ୟାଣ୍ଡ୍ ଉପଲବ୍ଧ କରାଇବେ,

     ଓସାର ସଭାପତି ଶ୍ରୀମତୀ କୁକୁ ଦାସ

ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ସେମାନଙ୍କର ୱେବ୍‌ସାଇଟ୍‌ରେ ଫ୍ୟାକଲ୍‌ଟି ପ୍ରୋଫାଇଲ୍ ଏବଂ ‘ରିସର୍ଚ୍ଚ ଇଣ୍ଟରେଷ୍ଟ’ ସମ୍ପର୍କରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବେ, ଯାହାଦ୍ୱାରା କି ବିଶ୍ୱ ଉଚ୍ଚ ଶିକ୍ଷା କମିଟି ଆନ୍ତର୍ଜାତିକ ସ୍ତରର ଅଧ୍ୟାପକ ଓ ଗବେଷକମାନଙ୍କ ସହିତ ସହଯୋଗର ଭିତ୍ତି ସ୍ଥାପନ କରିପାରିବେ,‘ମୋ କଲେଜ’ କାର୍ଯ୍ୟକ୍ରମକୁ ଆଧାର କରି ସମସ୍ତ ବିଶ୍ୱବିଦ୍ୟାଳୟରେ ଆଲୁମିନି ଡାଟାବେସ୍‌ର ପ୍ରସ୍ତୁତିକୁ ଅଗ୍ରାଧିକାର ଭିତ୍ତିରେ ପ୍ରାଧାନ୍ୟ ଦିଆଯିବ ଏବଂ ଉଦ୍ୟୋଗ ଜଗତର ସହାୟତାରେ ଇନୋଭେସନ ଏବଂ ଇନ୍‌କୁବେସନ୍ ଭଳି ଉତ୍କୃଷ୍ଟ ଶିକ୍ଷା କେନ୍ଦ୍ର ମାନ ପ୍ରତିଷ୍ଠାକୁ ବ୍ୟାପକଭାବେ ପ୍ରୋତ୍ସାହନ ପ୍ରଦାନ କରାଯିବ । ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ୍ସଟର୍‌ନାଲ୍ ଆଡ୍‌ଭାଇଜରି କାଉନ୍‌ସିଲ୍ ସ୍ଥାପନକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ସାହୁ, ପ୍ରମୁଖ ସଚିବ ଶାସ୍ୱତ ମିଶ୍ର ଏବଂ କୁଳପତିମାନେ ସ୍ୱାଗତ ଜଣାଇବା ସାଙ୍ଗକୁ ସିଣ୍ଡିକେଟ୍ କମିଟିରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସ୍ଥାନ ଦେବାକୁ ସମ୍ମତି ପ୍ରକାଶ କରିଥିଲେ । ପ୍ରତ୍ୟେକ ତିନି ମାସରେ ‘ଓସା’ ଓ ‘ବିଉଶିକ’ ପ୍ରତିନିଧି ମଣ୍ଡଳ ଏବଂ କୁଳପତି ତଥା ରାଜ୍ୟସରକାରଙ୍କର ଅଧିକାରୀମାନଙ୍କ ସହିତ ଏହିଭଳି ବୈଠକ କରାଯାଇ ପ୍ରସ୍ତାବଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭବିଷ୍ୟତରେ ଆକଳନ କରାଯିବା ପାଇଁ ମନ୍ତ୍ରୀ ଡକ୍ଟର ସାହୁ ବୈଠକରେ ରାଜି ହୋଇଥିଲେ ।

ଏହି ଇଣ୍ଟରନେଟ୍ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦିନବନ୍ଧୁ ସାହୁ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏନ୍‌. ନାଗରାଜୁ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସା, ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଡକ୍ଟର ମନୋଜ ପୁଜାରୀ, ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସ ନାଏକ, ‘ଓସା’ର ସଭାପତି କୁକୁ ଦାସ, ଉପସଭାପତି ପ୍ରଫେସର ଅନୀଲ୍ ପଟ୍ଟନାୟକ, ନିୟୁଜର୍ସି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜିର ପ୍ରଫେସର ଦୁର୍ଗାମାଧବ ମିଶ୍ର, ଡିଲୋଟେ ଏବଂ ଟଚେର ଡକ୍ଟର ଅଜୟ ମହାନ୍ତି, ଆରିଜୋନା ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଚିତ୍ତ ବରାଳ ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ସଞ୍ଜିବ କୁମାର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

March 9, 2026
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version