No Result
View All Result
ରଣପୁରର ବିଜେପି ନେତ୍ରୀ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ମନ୍ତ୍ରିତ୍ୱ ସମୟରେ ନୟାଗଡ ଚିନିକଳକୁ ବିକ୍ରି କରି ଜିଲ୍ଲାର ଆଖୁଚାଷୀଙ୍କୁ ସର୍ବସ୍ୱାନ୍ତ କରିଦେଇ ଛନ୍ତି ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ କହିଥିଲେ l
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ରଣପୁର :- ଜିଲ୍ଲା କିସାନ କଂଗ୍ରେସ ପକ୍ଷରୁ ଆଜି ରଣପୁର ମାନିନାଗ ମନ୍ଦିର ପରିସରରେ ସଭାପତି ଧ୍ରୁବ ଚରଣ ପରିଡାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ସଭାରେ ରାଜ୍ୟ କିସାନ କଂଗ୍ରେସ ଅଧ୍ୟକ୍ଷ୍ୟ ଅମୀୟ ପଟ୍ଟନାୟକ ଯୋଗଦେଇ ବିଜେପି ସରକାରଙ୍କ କଳା କୃଷି ଆଇନରେ ଦେଶର ଅନ୍ନଦାତା କିଭଳି ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେବେ ଏବଂ ଏହି ଜନବିରୋଧୀ ଆଇନ ତୁରନ୍ତ ରଦ୍ଧ କରିବା ସହ ଏମେସପିରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ଉପରେ ଆଲୋକପାତ କରିଥିଲେ l
ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଚାଷୀ ମହା ପଞ୍ଚାୟତ କରାଯାଇ କଳା କୃଷି ଆଇନ ରଦ୍ଧ କରିବା ପାଇଁ ଜନମତ ସୃଷ୍ଟି କରାଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କହିଥିଲେ l ରଣପୁରର ବିଜେପି ନେତ୍ରୀ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ମନ୍ତ୍ରିତ୍ୱ ସମୟରେ ନୟାଗଡ ଚିନିକଳକୁ ବିକ୍ରି କରି ଜିଲ୍ଲାର ଆଖୁଚାଷୀଙ୍କୁ ସର୍ବସ୍ୱାନ୍ତ କରିଦେଇ ଛନ୍ତି ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ କହିଥିଲେ l
ଏହି କୃଷକ ମହା ପଞ୍ଚାୟତରେ ଦଳର ବରିଷ୍ଠ ନେତା ହୁସେନ ଖାଁ, ଶୁଭଶ୍ରୀ ପଣ୍ଡା, ମନୋଜ ସାହୁ, ବସନ୍ତ ମହାରଣା, ବିନୋଦିନୀ ମହାନ୍ତି, ସତ୍ୟବ୍ରତ ନାୟକ, ସରପଞ୍ଚ ଦିଲ୍ଲୀପ ଜେନା, ଆଇନଜୀବି ସତ୍ୟ ରଞ୍ଜନ ମତ୍ତା, ବିଜୟ ପରିଡା, ଅଜୟ ମହାନ୍ତି, ମିଟୁ ପ୍ରଧାନ, ଲଷ୍ମୀଧର ପୃଷ୍ଟି, ବାଳକୃଷ୍ଣ ଷଡ଼ଙ୍ଗୀ, ଶତ୍ରୁଘନ ସାମନ୍ତରାୟ,ମଦନ ମୋହନ ବିଶୋଇ,ପ୍ରତିମା ଜେନା, ଭୀମସେନ ପ୍ରଧାନ, ସୁଦର୍ଶନ ପ୍ରଧାନ ପ୍ରମୁଖ ଉଦବୋଧନ ଦେଇ ମୋଦି ସରକାରଙ୍କ କଳା କୃଷି ଆଇନ ରଦ୍ଧ କରିବା ପାଇଁ ଦାବି କରିଥିଲେ l ପ୍ରାୟ ଦୁଇସହ ଦଳୀୟ କର୍ମୀ କାର୍ଯ୍ୟକର୍ତା କୃଷକ ନେତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l
No Result
View All Result