No Result
View All Result
[ଏହି ବୈଠକରେ ମୋଟ ୨୭ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । କୃଷି , ମିଶନ ଶକ୍ତି, ମହିଳା ସଶକ୍ତିକରଣ, ଉଚ୍ଚଶିକ୍ଷା, ଜଙ୍ଗଲ ଓ ପରିବେଶ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସାମାଜିକ ସୁରକ୍ଷା, ଜଳ ସମ୍ପଦ ଓ ଅର୍ଥ ବିଭାଗ ର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି ]
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ଭୁବନେଶ୍ୱର :- ରାଜ୍ୟ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକରେ ମୋଟ୍ ୮ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାଜ୍ୟ ସରକାର ସମୁଦାୟ ୧୨୪୨କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ଵାରା ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି । ଏହି ବୈଠକରେ ମୋଟ ୨୭ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । କୃଷି , ମିଶନ ଶକ୍ତି, ମହିଳା ସଶକ୍ତିକରଣ, ଉଚ୍ଚଶିକ୍ଷା, ଜଙ୍ଗଲ ଓ ପରିବେଶ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସାମାଜିକ ସୁରକ୍ଷା, ଜଳ ସମ୍ପଦ ଓ ଅର୍ଥ ବିଭାଗ ର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି ।
ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ଦିଆଯାଇଛି । ଏହି ବୈଠକରେ ପାଖାପାଖି ୨୦ରୁ ଅଧିକ ପ୍ରସ୍ତାବ ଆଗତ ହୋଇଥିଲା । ଏଥିରେ ରହିଥିଲା ପୂର୍ତ୍ତ, ଜଳସମ୍ପଦ, ଉଚ୍ଚଶିକ୍ଷା, କୃଷି, ଜଙ୍ଗଲ ଓ ପରିବେଶ ଇତ୍ୟାଦି ବିଭାଗ । ସେହିପରି ଚଳିତ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଚିଠା ରଖାଯାଇଛି । ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ଅୁମୋଦନ ମଧ୍ୟ ମିଳିଛି । ଆସନ୍ତା ୨୨ ତାରିଖରେ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ ।
No Result
View All Result