No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ପଦ୍ମପୁର :- କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ବିଭିନ୍ନ ଦାବିକୁ ନେଇ ବଲାଙ୍ଗୀର ସ୍ଥିତ କେନ୍ଦୁପତ୍ର ବିଭାଗ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ ( CCF ) ଅଫିସ ଘେରାଉ କରିବା ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ କମିଟିର ଏକ ପ୍ରସ୍ତୁତି ବୈଠକ ସଂଘର ରାଜ୍ୟ ସଂପାଦକ ଶ୍ରୀ କୋକିଳ ସାହୁଙ୍କ ଅଧ୍ୟକ୍ଷତାରେ ପାଇକମାଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ରେଂଜର ଖାଲିଥିବା ଚେକର ଓ ଅନ୍ୟାନ୍ୟ ପଦବୀ ପୂରଣ , ମୃତ୍ୟୁ ବରଣ କରି ସାରିଥିବା ସିଜିନାଲ କର୍ମଚାରୀ ର ପରିବାରଙ୍କୁ ଗ୍ରାଚୁଏଟି ପ୍ରଦାନ , ଗତ ସିଜିନାଲ ରେ କାର୍ଯ୍ୟରତ ମୁନସୀ ମାନଙ୍କ ୯୦ ଦିନ ଓ ଚପରାସୀ ମାନଙ୍କ ୬୦ ଦିନର ଦରମା ପ୍ରଦାନ , କେନ୍ଦୁପତ୍ର ୱେଳଫେୟାର ଟ୍ରଷ୍ଟ ରୁ ସିଜିନାଲ କର୍ମଚାରୀ , ବନ୍ଧେଇ ଶ୍ରମିକ
ଓ ତୋଳାଳୀ ମାନଙ୍କ ବିବାହ ଓ ଛତ୍ର ବୃତ୍ତି ପ୍ରଦାନ,ଗୁଛାକଟା ର ସମୟ ବର୍ଦ୍ଧିତ କରିବା ଆଦି ଦାବି ଗୁଡିକ ପୁରଣ ପାଇଁ ସିସିଏଫ୍ ଅଫିସ ଘେରାଉ ନିଷ୍ପତ୍ତି ନିଆ ଯାଇଛି । ଆସନ୍ତା ୧୮ ତାରିଖ ଦିନ ସିସିଏଫ୍ ଅଫିସ ଘେରାଉ କାର୍ଯ୍ୟକ୍ରମରେ ପଦ୍ମପୁର , ପାଟଣାଗଡ , ଖରିଆର , ବଲାଙ୍ଗୀର , ଟିଟିଲାଗଡ , ଭବାନୀପାଟଣା , ମାଲକାନଗିରି ଆଦି ୭ଟି କେନ୍ଦୁପତ୍ର ଡିଭିଜନ ରେ ବହୁ ସଂଖ୍ୟାରେ କେନ୍ଦୁପତ୍ର ସିଜିନାଲ କର୍ମଚାରୀ ସାମିଲ ହେବାର ଯୋଜନା ରହିଛି । ଏହି ବୈଠକରେ କେନ୍ଦୁପତ୍ର ସଂଘର ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ହେଡଚେକର ଶ୍ରୀ ଋଷବ ପ୍ରଧାନ, ସୁରେଶ ପଣ୍ତା, ଶେଷଦେବ ଯୋଶୀ, ମହେନ୍ଦ୍ର ପ୍ରଧାନ, ସାଇଧର ପାଣ୍ତେ , ଶ୍ଯାମ ଚନ୍ଦନ , ଘନ ଶ୍ଯାମ ଭୋଇ, ମଧୁ ବେହେରା, ନାରାୟଣ ସାହୁ, ପ୍ରଫୁଲ୍ଲ ବେହେରା, ଜିତେନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result