No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବୃଆରୀ, ସୋମବାର ) ପଦ୍ମପୁର :- ମଣିଷ ଜୀବନରେ ବଂଚିବାକୁ ହେଲେ ଅନେକ ଦୁଃଖ ସୁଖ ତଥା ସଂଘର୍ଷର ସାମ୍ନା କରିବାକୁ ପଡେ l ଜୀବନ ଅଛି ମାନେ ସଂଘର୍ଷ ଅନିବାର୍ଯ୍ୟ l ସଂଘର୍ଷ ହିଁ ଜୀବନର ପରିଭାଷା l କେହି କାହାର ଦୁଃଖ ଭାରକୁ ମୁଣ୍ଡାଏ ନାହିଁ ସତ ମାତ୍ର ଆପଣାର ଦୁଃଖ ଯନ୍ତ୍ରଣାକୁ ଆତ୍ମୀୟସ୍ୱଜନଙ୍କୁ ବାଣ୍ଟିଦେଲେ ତାହା ଲାଘବ ହୋଇଯାଏ l ଜନ୍ମ ସମୟରୁ ଦୁଃଖକୁ ନିଜର ମୁଣ୍ଡର ପଗଡି କରି ଜୀବନ ବିତାଉଥିବା କେଉଁଟିପାଲି ଗ୍ରାମର ପ୍ରଫୁଲ୍ଲ ପ୍ରଧାନ ବାଲ୍ୟ କାଳରୁ ପିତୃସ୍ନେହରୁ ବଂଚିତ ହୋଇ ସୁଦ୍ଧା ଜୀବନର ଅବିରାମ ଗତିରେ ସେ ଆଗକୁ ଆଗକୁ ବଢ଼ି ଆସିଛନ୍ତି l ପୁଣି ହଠାତ ମାଆଙ୍କର ବିୟୋଗରେ ସେ ସମ୍ପୂର୍ଣ ରୂପେ ଭାଙ୍ଗିପଡିଛନ୍ତି l ମାତୃବିୟୋଗର ଶୋକରେ ଆତ୍ମହରା ପ୍ରଫୁଲ୍ଲଙ୍କୁ
ସମବେଦନା ଜଣାଇବା ପାଇଁ ଆଗେଇ ଆସିଛନ୍ତି ବିଜେପୁର ମହାବିଦ୍ୟାଳୟରେ ପାଠ ପଢି ମଣିଷ ହୋଇଥିବା ଗଣନାଥ ନାୟକ, ଜଗନ୍ନାଥ ଦୀପ, ଗୋକୁଳାନନ୍ଦ ସାହୁ ଯୋଗେନ୍ଦ୍ର ମେହେର, ସ୍ୱାଧୀନଚନ୍ଦ୍ର ପ୍ରଧାନ, ଦୀନେଶ ଅଗ୍ରୱାଲା, ରଂଜିତ ପ୍ରଧାନ, କ୍ଷୀରୋଦ୍ର ମେହେର, ବିଜୟ ସାହୁ, ମୁକେଶ ସାହା, ପ୍ରହଲ୍ଲାଦ ମେହେର ପ୍ରମୁଖ l ଦୁଃଖ ସମୟରେ ତାଙ୍କ ପାଖରେ ଛିଡା ହୋଇଥିବାରୁ ପ୍ରଫୁଲ୍ଲ ସେମାନଙ୍କୁ ତାଙ୍କ ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏ ସମ୍ପର୍କ ଚିରଦିନ ଏମିତି ରହିଥାଉ ବୋଲି କହିଛନ୍ତି l ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result