No Result
View All Result

ଓଡ଼ିଶା ତାଜା ନ୍ୟୁଜ (୭ ଫେବୃଆରୀ ରବିବାର ) କଟକ :- ଦୀର୍ଘ ଦଶମାସ ଧରି କଟକ -ଭୁବନେଶ୍ୱର ଜାତୀୟ ରାଜପଥ କଡ଼ ଫୁଲନଖରା ନିକଟସ୍ଥ ନଖରାର ପ୍ରସିଦ୍ଧ ଶୈବପୀଠ ବନ୍ଦ ରହିଥିଲା । ଯାହା ଫଳରେ ମନ୍ଦିର ପରିସରରେ ଅନାବନା ଗଛ ଉଠିବା ସହିତ, ଘା୍ସ ଗଛର ପତ୍ର ପଡ଼ି ପରିବେଶକୁ ନଷ୍ଟ କରୁଥିଲା । ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଶିବରାତ୍ରି ଜାଗର ମହୋତ୍ସବ ଏହି ପୀଠରେ ଅନୁଷ୍ଠିତ ହେବ ।

ଏସବୁକୁ ଆଖୀଆଗରେ ରଖି ଫୁଲନଖରା ର ଲକ୍ଷେଶ୍ୱର ସାଂସ୍କୃତିକ ପରିଷଦ ଏବଂ ହେଲପିଙ୍ଗ ହାଣ୍ଡର ସଦସ୍ୟ ମାନେ , ରବିବାର ସକାଳେ ଲକ୍ଷେଶ୍ୱର ମନ୍ଦିର ପରିସରରେ ପହଞ୍ଚି ସଫେଇ କାର୍ଯ୍ୟ କରିଥିଲେ । ହେଲପିଙ୍ଗ ହାଣ୍ଡ ପକ୍ଷରୁ ଵାସୁଦେବ ପାତ୍ର, ମାନସ ରଞ୍ଜନ ନାୟକ ଏବଂ ତାଙ୍କର ସମସ୍ତ ସଦସ୍ୟ ଏବଂ ଲକ୍ଷେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ସଭାପତି କାନନବିହାରୀ ନାୟକ , ବାବାଜୀ ସାହୁ, ପତି ତପାବନ ସେଠୀ, ସୁକାନ୍ତ ସାହୁ, ଅନିଲ ମହାନ୍ତି, ହରିହର ସାହୁ, ପ୍ରଶାନ୍ତ କୁମାର ମହାନ୍ତି, ଟୁନା ଜେନା,

ମନୋରଞ୍ଜନ ମହାନ୍ତି, ପ୍ରଭାତ ସାହୁ, ରଣଜିତ ପାତ୍ର, ଅଭିରାମ ଲେଙ୍କା ପ୍ରମୁଖ ଯୋଗ ଦେଇ ମନ୍ଦିର ପରିସର ସଫେଇ କରିଥିଲେ । ଦୀର୍ଘ ଦିନ ପରେ ମନ୍ଦିର ପରିସର ସଫା ହେବାରୁ , ଦୈନନ୍ଦିନ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଖୁସି ହେବା ସହିତ, ସଫେଇ କରିଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ , ଉଚ୍ଚ ପ୍ରସଂଶା କରିଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result