No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର )ହିଞ୍ଜିଳିକାଟୁ :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ହିଞ୍ଜିଳି ଥାନା, ବ୍ଳକ, ପୌର ଓ ତହସିଲ ପ୍ରଶାସନର ଆଗଧାଡ଼ିର ୧୧୦ କରୋନା ଯୋଦ୍ଧାଙ୍କୁ ପ୍ରଥମ ଦିନରେ କୋଭିସିଲ୍ଡ ଟୀକା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ମିଳିତ ତତ୍ୱାବଧାନ ରେ ଶନିବାର ପୌରାଂଚଳ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତହସିଳଦାର ପ୍ରଭାତ କୁମାର ପରିଡ଼ା ପ୍ରଥମ ଅଧିକାରୀ ଭାବେ କରୋନା ଟୀକା ନେଇଥିଲେ ।

ପରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ପର୍ଯ୍ୟାୟ କ୍ରମେ ଅନ୍ୟାନ କର୍ମଚାରୀ ମାନେ ଟୀକା ଗ୍ରହଣ କରିଥିଲେ । ଟୀକା ଗ୍ରହଣ ପରେ ପ୍ରତ୍ୟେକ ଅଧିକାରୀଙ୍କୁ ୩୦ମିନଟ ସକାଶେ ବିଶ୍ରାମ ଦିଆଯାଇ ପ୍ୱାଶ୍ୱର୍ ପ୍ରତିକ୍ରିୟା ଅନୁଧ୍ୟାନ କରାଯାଇଥିଲା । ପ୍ରତ୍ୟେକ କରୋନା ଯୋଦ୍ଧାଙ୍କ ପ୍ରଥମେ ଥର୍ମାଲ ସ୍କ୍ରିନିଂ, ଅମ୍ଳଜାନ ସ୍ତର ପରୀକ୍ଷା କରାଯିବା ପରେ ଟୀକା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଚିକିତ୍ସକ ଡ଼ାକ୍ତର ମାଧବ କୁମାର ସାହୁ, ଫାର୍ମାସିଷ୍ଟ କାର୍ତିକେଶ୍ୱର ସାହୁ, ସତ୍ୟ ପଟ୍ଟନାୟକ, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟଞ୍ଜୟ ପାଣିଗ୍ରାହୀ, ବିପିଏମ ଶଶାଙ୍କ ଶେଖର ପଣ୍ଡା, ବିଡ଼ିଏମ ମନୋରଂଜନ ପ୍ରଧାନ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ ମିଶ୍ର, ହରିହର ଚୌଧୁରୀ, ଦିପ୍ତି ମହାପାତ୍ର, ହରପ୍ରିୟା ନାୟକ, ମିଲିକୁମାରୀ ପଣ୍ଡା ଓ ବିପିନ ସ୍ୱାଇଁଙ୍କ ସମେତ ବହୁ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result