No Result
View All Result

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) କଟକ :- କଟକ ସଦର ଥାନା ଅନ୍ତର୍ଗତ କୋରକରା ଗ୍ରାମର ଇଲେଭେନ୍ସ ଷ୍ଟାର କ୍ରୀକେଟ ଟିମ ଆନୁକୂଲ୍ୟରେ ଶନିବାର ଦିନ ଆରମ୍ଭ ହୋଇଛି କେପିଏଲ (କୋରକରା ପ୍ରିମିୟର ଲିଗ ) ଟୁର୍ଣାମେଣ୍ଟ । ଏହି ଟୁର୍ଣାମେଣ୍ଟ ରେ ଚାରିଗୋଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି । ସେମାନେ ହେଲେ ରାକେଶ ସାମନ୍ତରାୟଙ୍କ କୋରକରା ୱ।ରିଅର୍ସ, ଆଲୋକ ରଞ୍ଜନ ସ୍ୱାଇଁଙ୍କ କିଙ୍ଗ ଏକାଦଶ କୋରକରା, ସିତାଶୁଂ ଶେଖର ସ୍ୱାଇଁଙ୍କ ନାଇଟି ରାଇଡ଼ର୍ସ କୋରକରା ଏବଂ ବିନୋଦ କୁମାର ମଲ୍ଲିକ ଙ୍କ କୋରକରା ସୁପର କିଙ୍ଗସ୍ ।

ଏହି ଟୁର୍ଣାମେଣ୍ଟରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ କଟକ ଜିଲ୍ଲା ସଭାପତି ଅମୂଲ୍ୟ କୁମାର ବାରିକ,ବିରଞ୍ଚି ସ୍ୱାଇଁ, ନୀଳକଣ୍ଠ ଦଳାଇ, ପୂର୍ବତନ ସରପଞ୍ଚ ସୁବୋଧ ମହାନ୍ତି, ଧରଣୀ ଧର ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ,ଲକ୍ଷ୍ମୀଧର ଦଳାଇଅତିଥି ଭାବେ ଯୋଗ ଦେଇ ଟୁର୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ କିଙ୍ଗସ ଇଲେଭେନ ଭରସେଶ ନାଇଟି ରାଇଡ଼ର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ କିଙ୍ଗିସ୍ ଇଲେଭେନ ବ୍ୟାଟିଂ ନେଇ ଦଶ ଓଭରରେ ୧୩୬ ରନ କରିଥିଲା । ଏହାର ପ୍ରତି ଜବାବରେ ନାଇଟି ରାଇଡ଼ର୍ସ ୧୩୮ ରନ କରି ପରବର୍ତ୍ତୀ ମ୍ୟାଚ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା । ଏହା ଦୁଇଦିନ ଧରି ଚାଲିବ । ରବିବାର ମ୍ୟାଚ ଉଦଯାପିତ ହେବ । ଖେଳ ପରିଚାଳନା କରିବାରେ ଗ୍ରାମର ସମସ୍ତ ଯୁବକ ଏବଂ ମୁରବୀ ମାନେ ସହଯୋଗ କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

No Result
View All Result