ରଣପୁର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ରଣପୁର ପ୍ରେସ କ୍ଲବର ନୂତନ ଗୃହର ଶୁଭ ପ୍ରତିଷ୍ଠା ଓ ଉଦ୍ଘାଟନ ଉତ୍ସବମୁଖର ପରିବେଶରେ ସମ୍ପନ୍ନ ହୋଇଛି । ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଗୃହର ଶୁଭ ଉଦ୍ଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ସମାଜ ପ୍ରତି ଥିବା ଦାୟିତ୍ୱ ଓ ନିଷ୍ଠାର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର,
ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ବିଶିଷ୍ଟ ବ୍ୟକ୍ତି ବିପିନ ପାଢ଼ୀ, ବିଶ୍ୱରଞ୍ଜନ ଆଚାର୍ଯ୍ୟ, ପ୍ରେସ କ୍ଲବ ସଭାପତି ସୁକାନ୍ତ କୁମାର ପଟ୍ଟନାୟକ ଓ ସମ୍ପାଦକ ବ୍ରଜ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମାଜସେବୀ ସ୍ୱରାଜ ମହାନ୍ତି,
ଦିନେଶ ପରିଡାଙ୍କ ସମେତ ରଣପୁର ଏନ୍ଏସିର ସମସ୍ତ କାଉନସିଲର ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ପ୍ରେସ କ୍ଲବକୁ ଶୁଭେଚ୍ଛା ଜଣାଇଥିଲେ । ସାମ୍ବାଦିକ ରଘୁନାଥ ନାୟକ, କୃଷ୍ଣଚନ୍ଦ୍ର ଦାଶ, ପ୍ରଭାତ କୁମାର ପ୍ରଧାନଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।
ନୂତନ ପ୍ରେସ କ୍ଲବ ଗୃହ ରଣପୁରର ସାମ୍ବାଦିକମାନଙ୍କ ପାଇଁ ଏକ ସଶକ୍ତ କାର୍ଯ୍ୟକେନ୍ଦ୍ର ହେବା ସହ ସାମ୍ବାଦିକତାର ବିକାଶରେ ନୂଆ ଦିଗ ଉନ୍ମୋଚନ କରିବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ ।














