No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) ନୟାଗଡ :- ନୟାଗଡ ଜ଼ିଲ୍ଲା ଶାନ୍ତି କମିଟିର ନବବର୍ଷର ବନ୍ଧୁମିଳନ , ନୟାଗଡ ସମବାୟ କଲ୍ୟାଣ ମଣ୍ଡପରେ କରାଯାଇଥିଲା l ଏଥିରେ ନୟାଗଡ ଜ଼ିଲ୍ଲାର ବହୁ ବିଶିଷ୍ଠ ବୟୋଜ୍ୟେଷ୍ଠ ନ୍ୟାୟବିତ୍ତ ଯୋଗଦେଇ ମିଥ୍ୟା ପ୍ରବଂଚନାକାରୀ ନ୍ୟାୟବିତ୍ତ ଙ୍କ କାର୍ଯ୍ୟକ୍ରମକୁ ଭୃକ୍ଷେପ ନକରି ନିଷ୍ଠାପର ଭାବେ ଜ଼ିଲ୍ଲା ଶାନ୍ତି କମିଟିର କାର୍ଯ୍ୟରେ ନିଜର ଜୀବନକୁ ବାଜି ଲଗାଇ ଅହରହ କାର୍ଯ୍ୟକ୍ରମ ଚାଲୁରଖିବାକୁ ଆହ୍ୱାନ ଦେଇଥିଲେ l

ଏଥିରେ ମୁଖ୍ୟତଃ ସଭାପତି ବୈକୁଣ୍ଠନାଥ ପ୍ରଧାନ, ନାରାୟଣ ବଳିୟାରସିଂଗ, ରାଜକିଶୋର ଦଳବେହେରା, ଭାଗିରଥି ସାହୁ,ଦୀନବବଧୂ ମହାନ୍ତି, ଅନ୍ତର୍ଯ୍ୟାମୀ ସାହୁ, ଅକ୍ରୁର ବେହେରା, ପ୍ରତାପ କୁମାର ଦାସ, ଭରତ ପ୍ରଧାନ, ଲଷ୍ମୀଧର ପୃଷ୍ଟି ଆଦି ସଂଗଠନକୁ ଦୃଢକରି ଗଢିତୋଳିବାରେ ଯୁବପିଢ଼ିକୁ ଆଗେଇଆସିବାକୁ ଆହ୍ୱାନ ଦେଇଥିଲେ l

ସାଧାରଣ ସମ୍ପାଦକ ମଧୁସୂଦନ ପଟନାୟକ ସୂଚନା ଦେଇଥିଲେ ଯେ ଜ଼ିଲ୍ଲାର ପ୍ରତେକ ଥାନାକୁ ଗୋଟିଏ ୟୁନିଟ ଭାବରେ ନିଆଯାଇ ସେଠାରେ ଗୋଟିଏ କମିଟି ଗଠନ କରାଯିବ ଯାହା ଜ଼ିଲ୍ଲା କମିଟିର ପ୍ରତିନିଧିତ୍ୱ କରିବ l ପରବର୍ତୀ ବୈଠକରେ ଏହାର ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯିବ l

ଏହାର ପରିଚାଳନାର ମୁଖ୍ୟାଂଶରେ ଥିଲେ ଅର୍ଜୁନ ବେହେରା, ସନ୍ତୋଷ ପ୍ରଧାନ, ବନମାଳୀ ପରିଡା, ଗୌରାଙ୍ଗ ପ୍ରଧାନ l ପରିଶେଷରେ ଫକୀରଚରଣ ବୈରୀଗଞ୍ଜନ ଧନ୍ୟବାଦ ଅର୍ପଣକରି ସମସ୍ତ ସଦସ୍ୟ ମାନଙ୍କୁ ବନ୍ଧୁମିଳନ ଆସରକୁ ନିମଂତ୍ରଣ କରି ସଭା ସାଙ୍ଗକରିଥିଲେ l (ନୟାଗଡ ଜ଼ିଲ୍ଲା,ରିପୋର୍ଟ/ରାମକୃଷ୍ଣ ରଥ )

No Result
View All Result