କଟକ ସହର (ଓଡିଶା ତାଜା ନିଉଜ ) ଶିଶୁଭବନ କଟକ ପ୍ରିୟବ୍ରତ ପଟ୍ଟନାୟକ 1.2.2020 :- ସାଧାରଣ ଜନତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ନିରୀକ୍ଷଣ ପାଇଁ 5T ଗଠନ କରିଛନ୍ତି । ମାତ୍ର ଚିକିତ୍ସା ବିଭାଗର ଅବହେଳା ଓ ଅପାରଗତା ପାଇଁ, ସାଧାରଣ ଜନତା ହେଉଛନ୍ତି ହନ୍ତସନ୍ତ ! ଯାହାର ଫାଇଦା ଉଠାଉଛନ୍ତି ,ଲୋଭଖୋର ଡାକ୍ତର ଓ ବେସରକାରୀ ଡାକ୍ତରଖାନା ତଥା କ୍ଲିନିକ ମାଲିକ ମାନେ !! ଡାକ୍ତର ମାନଙ୍କୁ ଜୀବନ୍ତ ଭଗବାନ କୁହାଯାଏ ।
ମାତ୍ର କିଛି ଅସାଧୁ, ଲୋଭଖୋର, ସ୍ୱର୍ଥୀ ଓ ଅପରାଧୀ ଚିନ୍ତାଧାରୀଙ୍କ ଯୋଗୁଁ ଡାକ୍ତର ପେଷାକୁ ସେବା ନାମରେ ନୁହେଁ, ବରଂ ଗୋଟିଏ ବ୍ୟପାର ରୂପେ ଗ୍ରହଣ କରୁଛନ୍ତି । ସମାଜରେ ଏଭଳି ବହୁ ଜୀବନ୍ତ ଭଗବାନ(ଡାକ୍ତର) ଅଛନ୍ତି, ଯେଉଁମାନେ ରୋଗୀଙ୍କ ସେବାରେ ନିଜ ଜୀବନ ଉତ୍ସାର୍ଗ କରିଛନ୍ତି । ବିନା ଅର୍ଥରେ ଚିକିତ୍ସା କରିବା ସହିତ, ସେବାର ଦୃଷ୍ଟାନ୍ତ ସୃଷ୍ଟି କରି ଡାକ୍ତରୀ ପେଷାକୁ ଅଳଙ୍କୃତ କରିଛନ୍ତି ! ସେହିଭଳି ଜୀବନ୍ତ ଭଗବାନ(ଡାକ୍ତର) ମାନେ ସଦା ପୂଜ୍ୟସ୍ପଦ ଓ ସମ୍ମାନୀୟ ! କଟକ ଶିଶୁଭବନ ରେ ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁ ମୃତ୍ୟୁର ତଦନ୍ତ ନିରପେକ୍ଷ ଭାବେ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଆଜି ଶିଶୁଭବନ ର ଅଧୀକ୍ଷକ ଙ୍କୁ ଭେଟିଥିଲେ ।
କଂଗ୍ରେସ ଟିମ ସହ ମୃତ ଶିଶୁର ବାପା , ମାଆ ଓ ପରିବାର ଲୋକେ ମଧ୍ୟ ସାମିଲ ଥିଲେ । ଦୁଇଦିନ ତଳେ ଶିଶୁଭବନ ରେ ଚିକିତ୍ସା ରେ ଅବହେଳା ଯୋଗୁଁ ଏକ ୭ମାସର ଶିଶୁ ର ମୃତ୍ୟୁ ଘଟିଥିଲା । ଯାହା ନେଇ ଲାଲ ବାଗ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା ।