No Result
View All Result

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) ନୟାଗଡ଼/ଅଭିମନ୍ୟୁ :- କରୋନା କୁ ପ୍ରତିହତ କରିବା ପାଈଁ ନିର୍ମିତ ପ୍ରତିଷେଧକ ଟୀକା ଆଜି ପାଦ ଥାପିଛି ନୟାଗଡ଼ ଜିଲ୍ଲାରେ । କରୋନା ମହାମାରୀ ର ଟୀକା କରଣ କାର୍ଯ୍ୟକ୍ରମରେ ରେ ଆଜି ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଡ଼ଃ . ପୋମା ଟୁଡୁ ସର୍ବ ପ୍ରଥମ ଟୀକା ଗ୍ରହଣ କରିଥିବାର ସୂଚନା ମିଳିଛି ।

ଆଜି ନୟାଗଡ଼ ଜିଲ୍ଲା ର ସମସ୍ତ ଅଧିକାରୀ କୋଭିଡି ଟୀକା ନେଇଥିବା ଜଣାଯାଇଛି । କୋଭିଡି ନୋଡାଲ ସେଣ୍ଟର ଠାରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଟିକାକରଣ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସମେତ ଉପଜିଲ୍ଲାପାଳ ଳଗ୍ନଜିତ ରାଉତ , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ,

ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ , ପ୍ରକଳ୍ପ ନିର୍ଦେଶକ ସୁବାଷ ଚନ୍ଦ୍ର ରାୟ , ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ .ଡି ଏବଂ ସମସ୍ତ ବ୍ଲକ ବିଡ଼ିଓ , ତହସିଲଦାର୍ , ତଥା ସମସ୍ତ ପୁଲିସ୍ ଅଧିକାରୀ ମାନେ ଟୀକା ଗ୍ରହଣ କରିଛନ୍ତି ।

ସଧାରଣ ଲୋକଙ୍କ ପୁର୍ବରୁ ରାଜ୍ୟ ପ୍ରଶାସନ ଓ ସୁରକ୍ଷା କର୍ମୀ ପୋଲିସ ଅଧିକାରୀ ମାନଙ୍କୁ ଟୀକା ପ୍ରଦାନ କରାଯାଇଛି । ଏହି କରୋନା ର ପ୍ରତିରୋଧକ ଟୀକା ନେଇ ଜିଲ୍ଲାର ସାଧାରଣ ଜନତା ଙ୍କୁ ଟୀକା ଗ୍ରହଣ କରିବା ପାଇଁ ଉତ୍ସାହିତ କରାଯାଇଛି ।
No Result
View All Result