No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଆଜି କରୋନା ଟିକାକରଣର ଦ୍ଵିତୀୟ ପର୍ଯ୍ୟାୟ ତଥା କରୋନାର ସମ୍ମୁଖ ଯୋଦ୍ଧା ମାନଙ୍କୁ କୋଭିଡ-୧୯ ଟୀକାକରଣ’ର ଜିଲ୍ଲାସ୍ତରୀୟ ଶୁଭାରମ୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟନାୟକ ମିଳିତ ଭାବେ ଶୁଭାରମ୍ଭ କରିଥିଲେ । ପ୍ରଥମେ , କୋଭିଡ ଯୋଦ୍ଧା ମାନଙ୍କ ମଧ୍ୟରୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟନାୟକ ଏବଂ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା କୋଭିଡ ଟୀକା ନେଇଥିଲେ ।ଟୀକା ନେବା ପରେ ସେମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , ଏହି ଦ୍ଵିତୀୟ ପର୍ଯ୍ୟାୟର କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧା ମାନଙ୍କୁ ମୁଖ୍ୟତଃ ପୋଲିସ ଓ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାମିଲ କରାଯାଇଛି ।
ସରକାରଙ୍କ ପକ୍ଷରୁ ମିଳିଥିବା ସୁଯୋଗ ପ୍ରକାରେ ମୁଁ ମଧ୍ୟ ଏହି କୋଭିଡ ଟୀକା ନେଇଛି । ଟୀକା ନେବାପରେ ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କୋଣସି ପାର୍ଶ୍ଵ-ପ୍ରତିକ୍ରିୟା ଦେଖା ଦେଇନାହିଁ । ଏହି ଟୀକା ନେବା ଫଳରେ ଏହା ଆମକୁ କରୋନାରୁ ମୁକ୍ତ ଓ ସୁସ୍ଥ ରଖିବା ସହ ସମାଜକୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ । ଏହି ଟୀକା ସମ୍ପୂର୍ଣ୍ଣ ଭାବେ ନିରାପଦ ଓ ସୁରକ୍ଷିତ । ମୁଁ ସମସ୍ତ ଫ୍ରଣ୍ଟ-ଲାଇନ କରୋନା ଯୋଦ୍ଧା ମାନଙ୍କୁ ଆହ୍ବାନ କରୁଛି ଯେ , ସମସ୍ତେ ଏହିଟିକା ନିଅନ୍ତୁ , ନିଜେ କରୋନା ମୁକ୍ତ ହେବା ସହ ସମାଜକୁ କରୋନା ମୁକ୍ତ ରକ୍ଷୀବାରେ ସହାୟକ ହୁଅନ୍ତୁ ।ଏହି ପ୍ରକ୍ରିୟାର ଦ୍ଵିତୀୟ ପର୍ଯ୍ୟାୟରେ ଫ୍ରଣ୍ଟ-ଲାଇନ କରୋନା ଯୋଦ୍ଧା ମାନଙ୍କୁ କୋଭିଡ ଟୀକା ନେବା ପାଇଁ ଯେଉଁ ସୁଯୋଗ ଦିଆହୋଇଛି , ସେଥିପାଇଁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ । ଫ୍ରଣ୍ଟ-ଲାଇନ ଯୋଦ୍ଧା ଭାବେ ପାରଳାଖେମୁଣ୍ଡି ପୌର-ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ , ଏହି ଟୀକାକରଣ ଦ୍ୱାରା ସାରା ଜଗତ କୋଭିଡ ମୁକ୍ତ ଏ ଦିଗରେ ବୈଜ୍ଞାନିକମାନେ କରିଥିବା ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସିତ । ସାରା ଜଗତବାସୀ ଏହା ଦ୍ୱାରା ବିଶେଷ ଉପକୃତ ହେବେ , ଏଥିପାଇଁ ତାଙ୍କୁ ଧନ୍ୟବାଦ ବୋଲି କହିଥିଲେ ।
ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ଯେ , ଦ୍ଵିତୀୟ ପର୍ଯ୍ୟାୟରେ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧା ମାନଙ୍କ ଟୀକାକରଣ ପ୍ରକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଏଠାରୁ ଆରମ୍ଭ ହୋଇଯାଇଛି । ଏହିଭଳି ଟୀକାକରଣ ପ୍ରକ୍ରିୟା କାର୍ଯ୍ୟକ୍ରମ ସମସ୍ତ ବ୍ଲକରେ ଅନୁଷ୍ଠିତ କରାଯିବ । ଯେଉଁ ମାନେ ଟୀକା ନେବେ , ପୂର୍ବରୁ ସେମାନଙ୍କ ପୋର୍ଟାଲ ପଞ୍ଜୀକରଣ ହୋଇଛି , ଏହି କୋଭିଡ ଟୀକାକରଣ ପାଇଁ ଯେଉଁ ମାନଙ୍କୁ ମୋବାଇଲ ଯୋଗେ ମେସେଜ ଆସୁଛି , ସେମାନେ ହିଁ ଏହି ଟୀକା ନେଉଛନ୍ତି । ପ୍ରତିଦିନ ଏହା ଅନ୍ୟୁନ ୧୦୦ ଜଣ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧାଙ୍କୁ ଏହି କୋଭିଡ଼ ଟୀକା ଦେବା ପାଇଁ ବ୍ୟବସ୍ଥା ହୋଇଛି ବୋଲି କହିଥିଲେ । ଆଜିର ଏହି କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାର ସଦର ମହାକୁମା ପାରଲାଖେମୁଣ୍ଡି ସମେତ ସମସ୍ତ ବ୍ଲକର ୯ ଗୋଟି ସ୍ଥାନରେ ୨ ହଜାର ୯୫୭ ଜଣ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ କରାଯିବାର ଲକ୍ଷ ରଖାଯାଇଛି । ଟାଉନହଲ ଠାସରେ ଅନୁଷ୍ଠିତ ତିକସ୍କାରଣ କାର୍ଯ୍ୟକ୍ରମରେ ପ୍ରାୟ ୧୮୪ ଜଣ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧା କୋଭିଡ ଟିକସ ନେଇଥିବା ଜଣାଯାଇଛି ।ଆଜି କୋଭିଡ ଟୀକାକରଣର ଦ୍ଵିତୀୟ ପର୍ଯ୍ୟାୟ’ରେ କମାନଡେଣ୍ଟ ଜୁରିଆ ବେହେରା , ଅତିରିକ୍ତ ଏସପି ସିତଶ୍ରାମ ଶତପଥୀ , ଡିଏସପି ରାମକୃଷ୍ଣ ପତି , ଆଦର୍ଶ ଥାନା ଆଇଆଇସି ବେବେକାନନ୍ଦ ସ୍ବାଇଁ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଆଇଟିଡିଏ ପିଏ ସରୋଜ କୁମାସର ବେହେରା , ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ଓ କର୍ମଚାରି ମାନେ କୋଭିଡ ଟୀକା ନେଇଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result