No Result
View All Result
ଓଡ଼ିଶା ତାଜା ନ୍ୟୁଜ(୫ ଫେବୃଆରୀ ଶୁକ୍ରବାର)ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ବ୍ଳକ ସ୍ଥିତ ଅମଠୀ ଗ୍ରାମ ରେ ଥିବା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ହିତାଧିକାରୀ ମାନଙ୍କ ଜମାଖାତାରୁ ହିତାଧିକାରୀ ମାନଙ୍କ ଅଜାଣତରେ ଟଙ୍କା ଗାୟବ ନେଇ ଚର୍ଚ୍ଚା ଲାଗିରହିଛି lଏ ସମ୍ପର୍କ ରେ ଶାଖା ପରିଚାଳକ ଙ୍କୁ ହିତାଧିକାରୀ ମାନେ ବାରମ୍ବାର ଆପତ୍ତି ଅଭିଯୋଗ କରି ଆସୁଅଛନ୍ତି ଏପରିକି ଶାଖା ପରିଚାଳକ ଲିଡ ବ୍ୟାଙ୍କ ମ୍ୟାନେଜର ବରଗଡ,ଜିଲ୍ଲାପାଳ ବରଗଡ ଙ୍କୁ ମଧ୍ୟ ଅବଗତ କଲା ସତ୍ୱେ ମଧ୍ୟ କୈାଣସି ପ୍ରତିକାର ନ ହେବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ l ଯଦି ପ୍ରଶାସନିକ ଅଧିକାରୀ ନିରବ ରହିବେ ତେବେ ଲୋକେ ଭରସା କରିବେ କାହାକୁ ? ଝାରବନ୍ଧ ବ୍ଳକ ର ଆର୍ଥିକସ୍ଥିତି ଦୁର୍ବଳ କହିଲେ ଚଳେ l ପ୍ରାୟ ୭୫ ଭାଗ ଆଦିବାସୀ ଗରିବ ସିମାରେଖାତଳେ ଏ ଅଂଚଳ ଅବସ୍ଥିତ l

ସେମାନେଏମ.ଜି.ଏନ.ଆର.ଇ.ଜି.ଏ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,କେନ୍ଦୁପତ୍ର ତୋଳାଳୀ ବିଭିନ୍ନ ସରକାରୀ ବେସରକାରୀ ଙ୍କ ବେତନ,ଖୁଚୁରା ବ୍ୟବସାୟୀ ମାନେ ଟଙ୍କା ସୁରକ୍ଷିତ ରହିବ ଭାବି ବିଶ୍ୱାସ ରେ ଜମାକରିଥାଆନ୍ତି lହେଲେ ଦୁଃଖର ଓ ପରିତାପ ର ବିଷୟ ଏହିକି ବ୍ୟାଙ୍କ ପରିଚାଳକ ଙ୍କୁ ଏ ବିଷୟ ରେ ପଚାରି ବୁଝିଲେ ସେ ହାତ ଟେକି ଦେବାସହ ଅନ୍ୟପକ୍ଷେ ଆକାଉଣ୍ଟ ବନ୍ଦ କରିବାକୁ ପରାମର୍ଶ ଦେବା କେତେ ଯୁକ୍ତିଯୁକ୍ତ ଅଟେ l
ଆପତ୍ତି କୁ ଗୁରୁତ୍ୱ ନ ଦେବା ଫଳରେ ଝାରବନ୍ଧ ଅଞ୍ଚଳ ର ଜଣାଶୁଣା ସମାଜସେବୀ,ଓକିଲ ଜୟ କୁମାର ନିଗମ ଆସନ୍ତା ୧୨.୦୨.୨୦୨୧ ଠାରୁ ଆମରଣ ରେ ବସିବାକୁ ଜିଲ୍ଲାପାଳ ବରଗଡ,ଏସ୍.ପି ବରଗଡ,ଏସ୍.ଡି.ପି.ଓ ପଦ୍ମପୁର,ଉପଜିଲ୍ଲାପାଳ,ପଦ୍ମପୁର,ରିଜିନାଲ ମ୍ୟାନେଜର ବଲାଙ୍ଗୀର,ଏଲ.ଡି.ଏମ ବରଗଡ,ଆଇ.ଆଇ.ସି ଝାରବନ୍ଧ,ବି.ଡି.ଓ ଝାରବନ୍ଧ, ତହସିଲଦାର ଝାରବନ୍ଧ,ବ୍ୟାଙ୍କ ପରିଚାଳକ ଅମଠୀ କୁ ଲିଖିତ ଭାବେ ଜଣାଇଥିବା ସୂଚନା ଦେଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result