ଓଡ଼ିଶା ତାଜା ନ୍ୟୁଜ(୫ ଫେବୃଆରୀ ଶୁକ୍ରବାର) ଭୁବନେଶ୍ୱର :- ଗତ ଜାନୁୟାରୀ ୨୬ ତାରିଖ ଦିନ ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ସ୍ୱାସ୍ଥ୍ୟସେବା, ବିଜ୍ଞାନ ଏବଂ ସମାଜ କଲ୍ୟାଣ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଶ ତଥା ସମାଜରେ ପରିବର୍ତ୍ତନକାରୀ, ଦେଶର ସର୍ବୋଚ୍ଚ ମର୍ଯ୍ୟାଦାଜନକ ସମ୍ମାନ “ପଦ୍ମପୁରସ୍କାର” ପାଇଁ ମନୋନୀତ ହୋଇଥିଲେ । ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରା ତଥା ପ୍ରତିଭାବାନ ବ୍ୟକ୍ତିତ୍ୱ ସମ୍ମାନଜନକ ପଦ୍ମପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।
ଓଡ଼ିଶାର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ସମ୍ମାନଜନକ ପଦ୍ମବିଭୂଷଣ ପାଇଁ ମନୋନୀତ ହୋଇଥିବା ବେଳେ। ସେହିପରି କଳା, ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବା ପାଇଁ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି ସମାଜସେବୀ ଶାନ୍ତି ଦେବୀ, ପୂର୍ଣ୍ଣମାସୀ ଜାନୀ, ରଜତକୁମାର କର, ଡା. କ୍ରୀଷ୍ଣମୋହନ ପାଠୀ ଓ ନନ୍ଦ ପୃଷ୍ଟି ମନୋନୀତ ହୋଇଛନ୍ତି।
ଆଜି ସେହି ସମସ୍ତ ପ୍ରତିଭାବାନ ବ୍ୟକ୍ତିତ୍ଵ କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଆଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ତାଙ୍କ ନିଜସ୍ଵ ବାସଭବନ ଠାରେ ଭେଟି ସମ୍ମାନିତ କରିବା ସହ କୃତଜ୍ଞତା ଜଣାଇଛନ୍ତି।
ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ପ୍ରଦୋଷ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, କନ୍ଧମାଳ ଜିଲ୍ଲା ସଭାପତି ସୁନିଲ୍ ସେଠୀ, ରାୟଗଡ଼ା ଜିଲ୍ଲା ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଯାଜପୁର ଜିଲ୍ଲା ସଭାପତି ସୌମ୍ୟ ପ୍ରକାଶ ବିଶ୍ଵାଳ, ବ୍ରହ୍ମପୁର ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।