କଟକ ଜିଲ୍ଲା (ଓଡିଶା ତାଜା ନିଉଜ ) ମାହାଙ୍ଗା 2020 :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ର ସାହିତ୍ୟ ସଂକୃତି ଅଂଚଳ କୁସୁପୁର ମାଟିର ସ୍ୱାଧୀନତା ସଂଗ୍ରାମୀ ତଥା ମାହାଙ୍ଗା ଗାନ୍ଧୀ ସଚ୍ଚି ଜେନାଙ୍କ ସୁପୁତ୍ର ତଥା ରୁଚି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ମହାପ୍ରବନ୍ଧକ ଶ୍ରଦ୍ଧା ନନ୍ଦ ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧ ଉତ୍ସବ ଆଜି ଟଙ୍କା ଗ୍ରାମରେ ପାଳିତ ହେଇଯାଇଛି, ସମାଜ ସେବି ଶୁଭେନ୍ଦୁ ଭୂୟାଁ ଙ୍କ ପୌରହିତ୍ୟରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି, ଜଷ୍ଟିସ ବିମଳ ପ୍ରସାଦ ରାୟ,
ମାହାଙ୍ଗାର ପ୍ରାକ୍ତନ ବିଧାୟକ ତଥା ପ୍ରାକ୍ତନ ବିଧାନସଭା ବାଚସ୍ପତି ଶରତ କୁମାର କର, ପ୍ରାକ୍ତନ ବିଧାୟକ ବିକ୍ରମ କେଶରୀ ବର୍ମା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା ରୁଦ୍ର ସିଂହ, ପ୍ରଦୀପ୍ତ ଭୂୟାଁ, ପରି ବେଶବିତ ପିବିଏସ ପୃଷ୍ଟି, ଅଶୋକ ବିଶ୍ୱାଳ, ଶରତ ସାମଲ , ରୁଚି କମ୍ପାନୀର ମହେନ୍ଦ୍ର ଷଡ଼ଙ୍ଗୀ, ସମିତି ସଭ୍ୟ ପ୍ରଶାନ୍ତ ରାଉତ, ପଣ୍ଡିତ ପ୍ରଭାତ କର, ସାମ୍ବାଦିକ ଅଖିଲେଶପଦ ମହାନ୍ତି ଯୋଗଦେଇ ତାଙ୍କ ଆତ୍ମଜୀବନୀ ସମାଜସେବା ଓ ଉଦାରତା ସମ୍ପର୍କରେ ଆଲୋଚନା କରି ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ,ବରିଷ୍ଠ ଆଇନଯିବି ଅସୀମପ୍ରକାଶ ଦାଶ, ବରିଷ୍ଠ ପ୍ରଶାସକ ଧରଣିଧର ନାଥ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନାକରିବା ସହ ରୁଚି କମ୍ପାନୀ ପ୍ରତି ଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ,
ସ୍ବର୍ଗତ ଶ୍ରଦ୍ଧା ନନ୍ଦ ଟଙ୍କା କର୍ମମୟ ଜୀବନରେ ନିଜ ଗାଁ ର ବିକାଶ କରିବାରେ ସେ ନିଜକୁ ହଜେଇଦେଇ ନିଜ ପରିବାର କୁ ବି ଭୁଲିଯାଇଥିଲେ, ପ୍ରସିଦ୍ଧ ଲଳିତଗିରି ରେ ବୌଦ୍ଧ କୀର୍ତି ଠାରୁ ଆରମ୍ଭକରି ଜୟନ୍ତୀ ପାଳନ ପର୍ଯ୍ୟନ୍ତ ସେ କରିଥିବା ନିଜର ବଳିଷ୍ଠ ଉଦ୍ୟମ ଆଜି ସମସ୍ତଙ୍କର ସ୍ମୃତି ହେଇଯାଇଛନ୍ତି ବୋଲି ସାମ୍ବାଦିକ ଶୁଭେନ୍ଦୁ ଭୂୟାଁ କହି ତାଙ୍କ ସ୍ମୃତି ଚାରଣ କରିଥିଲେ, ତାଙ୍କରି ଉଦ୍ୟମ ଯୋଗୁ ଆଜି ସାରା ଭାରତ ବର୍ଷ ରେ ରୁଚି ସମ୍ମାନ ପ୍ରଦାନ କରିବା ସମ୍ଭବପର ହୋଇଛି ବୋଲି ଆମନ୍ତ୍ରିତ ବକ୍ତାମାନେ କହିଥିଲେ, – ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ