No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଫେବୃଆରୀ ଗୁରୁବାର ) କଟକ :- ଗତ ଜାନୁୟାରୀ ମାସ ୧୮ ତାରିଖ ଠାରୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ଏହା ଚଳିତ ଫେବୃଆରୀ ମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଭିନ୍ନ ସ୍ଥାନରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଗାଡ଼ି ଚାଳକ ମାନଙ୍କୁ ସଚେତନତା କରାଯାଉଛି । ଏହି ଅବସରରେ କଟକ କମିଶନରେଟ ଚୌଦ୍ୱାର ଥାନା ଗାନ୍ଧି ଚଛକ ଠାରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ର ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ।

ଏହି ସଚେତନତା କାର୍ଯ୍ୟକ୍ରମରେ ଯୋନ-୧ ର ଏସିପି ଅମରେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚୌଦ୍ୱାର ଥାନା ପରିସରରୁ ଏକ ବାଇକ୍ ରାଲି ବାହାର କରାଯାଇ ଚୌଦ୍ୱାର ସହର ପରିକ୍ରମା କରି, ଜନ ସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ବାଇକରେ ହେଲମେଟ ପିନ୍ଧି ଯାଉଥିବା ଚାଳକଙ୍କୁ ପୋଲିସ କର୍ମଚାରୀ ମାନେ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ ।

ଯେଉଁ ମାନେ ବିନା ହେଲମେଟରେ ବାଇକ୍ ଚଳାଉଥିଲେ , ସେମାନଙ୍କୁ ତାଗିଦ କରି ହେଲମେଟ ପିନ୍ଧିବା ପାଇଁ କହୁଥିଲେ । କେତେକଙ୍କୁ ମାଗଣାରେ ହେଲମେଟ ପ୍ରଦାନ କରାଯାଇଥିଲା । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result