No Result
View All Result
ଓଡିଶା ତାଜା ନ୍ୟୁଜ (୩ ଫେବୃଆରୀ ବୁଧବାର ) ରଣପୁର :- ଆଛା ଦିନ ଓ ସବକା ସାଥୀ ଓ ସବକା ବିକାଶର ସ୍କୋଗାନ ଦେଇଥିବା ମୋଦୀ ବିଜେପି ସରକାର ଭାରତବାସୀ ଙ୍କ ବିଶ୍ୱାସ ପ୍ରତି ବେଇବାନକାରିି ଶ୍ରମିକ ଓ କୃଷକ ବିରୋଦ୍ଦି ନୀତି ଗ୍ରହଣ କରିଚାଲିଛନ୍ତି । ଶ୍ରମ ଆଇନ ଶଂସଧନ ନାମରେ କଷ୍ଟଲବ୍ଧ ୪୪ ଟି ଶ୍ରମ ଆଇନ କୁ ପରିବର୍ଥନ କରି ୪ଟି ଶ୍ରମୁକ କୋର୍ଡ କରି ଶ୍ରମିକ ଙ୍କ ସ୍ୱର୍ଥହାନି କରି ଏପ୍ରିଲ ମାସ ଠାରୁ ମୋଦୀ ସରକାର ଲାଗୁ କରିବାକୁ ଥିବାରୁ ଏହାର ପ୍ରତିବାଦ କରି ଶ୍ରମିକ ସଂଙ୍ଗଠନ ଗୁଡିକ ଆଜି ୩ ଫେବୃୟାରୀ ଦେଶ ତମାମ ବିଭିନ୍ନ ସ୍ଥାନରେ ଶ୍ରମିକ କୋର୍ଡ ନଥି ଗୁଡିକୁ ପୋଡିଥିବାବେଳେ ରଣପୁର ରେ ମଧ୍ୟ ସିଆଟିୟୁ ଓ ଏଆଇଟିୟୁସି ତରଫରୁ ପ-ଚୁଂଦୋଳ ପଡିଆଠାରେ ଆନୁଷ୍ଠାନିକ ଭାବେ ସର୍ବସାଧରଣରେ ଅଗ୍ନି ସଂଯୋଗ କରାଯାଇ ପୋଡାଯାଇଥିଲା ।
ଏହି ପ୍ରତିବାଦରେ ଆଶା କର୍ମୀ.ପାଚିକା , ନିର୍ମାଣ ଶ୍ରମିକ ଓ ଚାଷୀ ପ୍ରତିନିଧି ମାନେ ଯୋଗ ଦେଇଥିବାବେଳେ ଶ୍ରମିକ ନେତା ସୁରେଶ ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭିକାରୀ ଚରଣ ସାହୁ , ସଂଯୁକ୍ତା ସେଠୀ , ସୁସିଲ ମହାନ୍ତି , ମନୋଜ ପାତ୍ର , ଗଦାଧର ପ୍ରଧାନ , ବିଲ୍ଲବ ମିଶ୍ର , କୂଳମଣି ପଲେଇ , ସବିତା ପରିଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବକ୍ତାମାନେ କେନ୍ଦ୍ର ସରକାରଙ୍କ ମାଲିକ ସାପେକ୍ଷ ବାଦି ଓ ଶ୍ରମିକ ବିରୋଧି ମନୋଭାବକୁ ତ୍ରୀବ୍ର ସମାଲୋଚନା କରି ଶ୍ରମିକ କୋର୍ଡ ପ୍ରତ୍ୟାହାର ନକଲେ ଆନ୍ଦୋଳନ ତ୍ରୀବ୍ରତର ହେବବୋଲି କବକ୍ତାମାନେ ଚେତବନି ଦେବାସହ ସରକାର ଏଥିପାଇଁ ଦାଇ ରହିବେ ବୋଲି ଅଭିଯୋଗ କରିଥିଲେ ।
No Result
View All Result