• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୧୮ ଫେବୃଆରୀ ବସ୍ତିବାସିନ୍ଦାଙ୍କ ବିଏମସି ସମ୍ମୁଖରେ ଗଣ ସମାବେଶ

Proprietor Abhimanyu Maharana by Proprietor Abhimanyu Maharana
February 3, 2021
in ଓଡ଼ିଶା, ଭଦ୍ରକ, ହୋମ୍
0
୧୮ ଫେବୃଆରୀ ବସ୍ତିବାସିନ୍ଦାଙ୍କ ବିଏମସି ସମ୍ମୁଖରେ ଗଣ ସମାବେଶ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨,ଫେବ୍ରୁଆରି,ମଙ୍ଗଳବାର ) ଭୁବନେଶ୍ୱର :- ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆବଣ୍ଟନରେ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ , ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି ଘୋଷଣା, ବଳପୂର୍ବକ ତଥା ଷଡ଼ଯନ୍ତ୍ରମୂଳକ ଉଛେଦ ବନ୍ଦ, ଆନ୍ଦୋଳନକାରୀଙ୍କ ଉପରୁ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର, ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ଅସାଧୁମେଣ୍ଟ ଓ ବିଲ୍ଡରଙ୍କ ସ୍ୱାର୍ଥରେ ଆକ୍ରମଣର ଶିକାର ପିଡ଼ିତଙ୍କୁ ହାତକଡ଼ି ପକାଇ ଜେଲ ପଠାଇଥିବା ପୋଲିସ ଅଧିକାରୀଙ୍କୁ ନିଲମ୍ୱନ, ବସ୍ତି ଆଇନ ପରିବାର ସଜ୍ଞା ଅନୁସାରେ ପ୍ରକୃତରେ ବସ୍ତିରେ ରହୁଥିବା ସବୁ ପରିବାରଙ୍କୁ ଥଇଥାନ ଅନ୍ତର୍ଭୁକ୍ତ କରିବା, ବସ୍ତିଭାଙ୍ଗି ବସ୍ତି ଗଢ଼ିବା ନୀତି ବାତିଲ ଆଦି ଦାବିରେ ଆସନ୍ତା ୧୮ ଫେବୃଆରୀ ବିଧାନସଭାର ପ୍ରଥମ ଦିବସରେ ବସ୍ତିବାସିନ୍ଦା ଭୁବନେଶ୍ୱର ମହାନଗର ନିଗମ ସମ୍ମୁଖରେ ଗଣ ସମାବେଶ ଆୟୋଜନ କରିବେ ବୋଲି ଆଜି ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଠାରେ ଅନୁଷ୍ଠିତ ମୁକ୍ତାକାଶ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ ବିଏସୟୁପି ଯୋଜନାରେ କୋଠାଘର ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି ।

ବସ୍ତିରେ ପ୍ରକୃତରେ ରହୁଥିବା ଅନେକ ଶ୍ରମଜୀବୀ ପରିବାରଙ୍କୁ ଏହି ହିତାଧିକାରୀ ତାଲିକାରୁ ବଞ୍ଚିତ କରାଯାଇ ସେମାନଙ୍କ ଘରକୁ ବଳପୂର୍ବକ ତଥା ଷଡ଼ଯନ୍ତ୍ରମୂଳକ ଭାବେ ଉଛେଦ କରାଯାଉଛି। କିନ୍ତୁ ଯେଉଁମାନେ ବସ୍ତିରେ କେବେ ରହିନଥିଲେ, ଏପରିକି ଭୁବନେଶ୍ୱରର ବାସିନ୍ଦା ନଥିଲେ, ସରକାରୀ ଚାକିରୀ କରିଛନ୍ତି, ଭୁବନେଶ୍ୱରରେ ନିଜସ୍ୱ ଦାମୀ ଆପାର୍ଟମେଂଟ ଓ କୋଠାଘର ରହିଛି ସେମାନଙ୍କ ନାମରେ ଏହି କୋଠାଘର ଆଲଟମେଂଟ ହୋଇଛି। ବିଏମସି, ବିଡିଏ, ସିଏଲଟିସି ଅଧିକାରୀ କର୍ମଚାରୀ ମାନେ ଶାସକ ଦଳ ନେତାଙ୍କ ସହ ଅସାଧୁମେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା ଭିତିରିଆ କାରବାର କରି ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଗୁଡିକୁ ବିକ୍ରି କରିଛନ୍ତି। ଅନ୍ୟପକ୍ଷରେ ମାତ୍ର କିଛି ଘରକୁ ବହୁତଳପ୍ରାସାଦରେ ଗୋଟିଏ କୋଠରୀର କୋଠାଘର ଦେଇ ବଳକା ଜମି ଗୁଡିକରୁ ବ୍ୟାପକ ବସ୍ତିବାସିନ୍ଦାଙ୍କୁ ବଳପୂର୍ବକ ତଥା ଲୋକଙ୍କୁ ଭାଗ ଭାଗ କରି ଚକ୍ରାନ୍ତ କରି ବସ୍ତି ଉଛେଦ ଜାରୀ ରଖିଛନ୍ତି ।

ସ୍ଵଛତା ଓ ୫ଟି ବିଭାଗ ସୃଷ୍ଟି କରିଥିବା ସରକାର କୌଣସି ସରକାରୀ ନିୟମ ଅନୁଯାୟୀ ବିଜ୍ଞପ୍ତି, ନୋଟିସ ଆଦି ନଦେଇ ଘର ଆବଣ୍ଟନ ପାଇଁ ଲୋକଙ୍କ ଠାରୁ ବିଡିଏ ବ୍ୟାଙ୍କ ଜରିଆରେ ୧ ଲକ୍ଷ ୨୦ ହଜାର ଲେଖାଏଁ ଟଙ୍କା ଡିପୋଜିଟ ନେଇଛି। ଏଭଳି ବିଭିନ୍ନ ବସ୍ତିବାସିନ୍ଦାଙ୍କ ଠାରୁ ୩-୪ ବର୍ଷ ଧରି ଟଙ୍କା ଡିପୋଜିଟ ନେଇଥଲେ ମଧ୍ୟ ଘର ଦେଉନାହିଁ। ପଥରବନ୍ଧରେ ୨୭ ବର୍ଷ ଭିତରେ ୧୪୮୦ ପରିବାରଙ୍କ ଭିତରୁ ମାତ୍ର ୨୪୦ ଘର ନିର୍ମାଣ ହୋଇଛି। ମହିସିଆଖାଲ ବସ୍ତିରେ ମାତ୍ର ୪୮୦ ଘର, ମଣ୍ଡପ ବସ୍ତିରେ ୧୫୦ ଘର ଓ ନବୀନ ନଗରର ୩୨ ଘର ନିର୍ମାଣ ସରିଛି। ଏଥିରୁ ଖୁବ କମ ସଂଖ୍ୟକ ଲୋକଙ୍କୁ ଆଲଟମେଂଟ ଅର୍ଡର ଦିଆଯାଇଛି। ଏକ ଘରୋଇ ବିଲଡ଼ରଙ୍କୁ ୨୫ ଏକର ୬୦ ଡିସିମିଲି ଜମି ଟେକିଦେବାକୁ ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତି ଉଚ୍ଛେଦ କରିବାକୁ ବାରମ୍ବାର ଉଦ୍ୟମ କରି ଲୋକଙ୍କ ପ୍ରତିରୋଧ ଆନ୍ଦୋଳନ ଯୋଗୁଁ ବିଫଳ ହେବା ପରେ, ମାତ୍ର ଗୋଟିଏ ଏକର ଜମିରେ କୋଠାଘର ଦେଇ ୨୪ ଏକର ଜମି ବିଲଡରଙ୍କୁ ଟେକିଦେବାକୁ ବିଏସୟୁପି ଯୋଜନାରେ ଆରମ୍ଭ ହୋଇଥିଲା ୧୯୨ କୋଠରୀ ନିର୍ମାଣ  ।

୨୦୦୮ ରୁ ୨୦୨୧ ଭିତରେ ମାତ୍ର ୧୭୯ ପରିବାରଙ୍କୁ ଏହି ଘର ଦିଆଯାଇଛି। ରାଜୀବ ଆବାସ ଯୋଜନା ସର୍ଭେ ତାଲିକା ଅନୁସାରେ ଏହି ଦୁଇ ବସ୍ତିରେ ୪୩୧ ପରିବାର ରହୁଥିଲେ। ୧୭୯ ପରିବାର ଘର ପାଇବା ପରେ ଚିହ୍ନଟ ହୋଇଥିବା ତଥା ଥଇଥାନ ଯୋଗ୍ୟ ଆହୁରୀ ୨୫୨ ପରିବାର ରହିଛନ୍ତି। କିନ୍ତୁ ବିଏମସି ୨୦୨୧ ଜାନୁଆରୀ ମାସ ଆର ଟି ଆଇ ତଥ୍ୟ ଅନୁସାରେ ଏହି ଦୁଇ ବସ୍ତିରେ ଆଉ ମାତ୍ର ୧୩୭ ପରିବାର ରହିଥିବା ଦର୍ଶାଇଛନ୍ତି। ୧୧୫ ପରିବାରକୁ ସମ୍ପୂର୍ଣ୍ଣ ଲିଷ୍ଟରୁ ଗାଏବ କରି ଦେଇଛନ୍ତି। ୧୩୭ ପରିବାରଙ୍କୁ ଘର ଦେବା ପାଇଁ ମୌଖିକ ଭାବେ ଟଙ୍କା ଡ଼ିପୋଜିଟ କରିବାକୁ କହି ସେମାନଙ୍କ ସହଯୋଗରେ ବସ୍ତିର ବାକି ପରିବାରଙ୍କ ଘର ଉଛେଦ ଉଦ୍ୟମ କରୁଛନ୍ତି। ଏହି ବେଆଇନ ଉଛେଦ ବିରୁଦ୍ଧରେ ଏବଂ ଆବଣ୍ଟନ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ମା ତାରିଣୀ ଓ ଅରବିନ୍ଦ ନଗର ମିଳିତ ବସ୍ତି କମିଟି ପକ୍ଷରୁ ଆନ୍ଦୋଳନ ଜାରୀ ରହିଥିଲା । ସେମାନଙ୍କ ଆବେଦନ ଉପରେ ଉଚ୍ଚ କତ୍ତୃପକ୍ଷଙ୍କ ନିର୍ଦେଶକ୍ରମେ ବିଡିଏ ସେକ୍ରେଟେରୀଙ୍କ ଚାମ୍ବରରେ ଗତ ୨୫ ଜାନୁଆରୀ ଅପରାହ୍ନ ୪ ଘଟିକାରେ ଏକ ଶୁଣାଣୀ ପାଇଁ ମିଳିତ ବସ୍ତିକମିଟିର ନେତାଙ୍କୁ ସରକାରୀ ଚିଠି ଜରିଆରେ ଡକା ଯାଇଥିଲା। ଏଥିସହ ଏହି ଘର ଆବଣ୍ଟନରେ ଅନିୟମିତତା ଓ ସ୍ଵଛତା ପାଳନ ନକରିବା ସମ୍ପର୍କରେ ବିଏମସି ବିଡିଏ ଓ ନଗର ଉନ୍ନୟନ ବିଭାଗରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲା ।

ସବୁ ଗୁମର ଖୋଲିଯିବା ଡ଼ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ କର୍ମଚାରୀ ଓ ସେମାନଙ୍କ ସହଯୋଗୀ ଶାସକ ଦଳର ନେତାମାନେ ଅସାଧୁମେଣ୍ଟ ଜରିଆରେ ଅସୁରକ୍ଷିତ ଅବସ୍ଥାରେ ଥିବା ତଥା ଜାଲିଆତି କରି ଘର ହାତେଇଥିବା ଲୋକଙ୍କୁ ଅସ୍ତ୍ର କରି ଆନ୍ଦୋଳନକାରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଛନ୍ତି।। କମିଶନରେଟ ପୋଲିସର ଚନ୍ଦ୍ରଶେଖରପୁର ଥାନା ବିଲଡ଼ରଙ୍କ ସହ ବୁଝାମଣା କରି ଆକ୍ରମଣକାରୀଙ୍କୁ ସୁରକ୍ଷା ଦେଇ ଆକ୍ରମଣର ଶିକାର ପିଡ଼ିତଙ୍କୁ ହାତକଡି ପିନ୍ଧାଇ ଜେଲ ପଠାଇଛନ୍ତି। ବସ୍ତି ନେତା ଦୀନବନ୍ଧୁ ସାହୁ, ପ୍ରଶାନ୍ତ ବେହେରା ଓ ସନ୍ତୋଷ ସାହୁ ଝାରପଡା ଜେଲରେ ୫ ଦିନ ରହି ଗତ ୨୬ ତାରିଖରେ ଜାମିନରେ ମୁକୁଳିଛନ୍ତି। ଅନେକ ଆନ୍ଦୋଳନକାରୀଙ୍କ ନାମରେ ମିଛ କେଶ ଦେଇ ପ୍ରତିବାଦର ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି । କେବଳ ଏହି ଦୁଇ ବସ୍ତି ନୁହେଁ। ଯଦିଓ ସରକାର ବସ୍ତିବାସିନ୍ଦାଙ୍କୁ ସହରର ଜୀବନ ରେଖା କହି ଆଇନ ପ୍ରଣୟନ କରିଛନ୍ତି। ଜାଗା ମିସନ, ବିଭିନ୍ନ କୋଠାଘର ଯୋଜନାର ବ୍ୟାପକ ପ୍ରଚାର କରୁଛନ୍ତି। ୧୯୨ ଘରକୁ ୨୯୨ ବସ୍ତିକୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଦେଖାଇ ୪-୫ ଥର ପର୍ଯ୍ୟନ୍ତ ଭୋଟ ସଂଗ୍ରହ କରୁଛନ୍ତି କିନ୍ତୁ ଘର ଦେଉନାହାନ୍ତି। ବରଂ ଚକ୍ରାନ୍ତ କରି ଲୋକଙ୍କୁ ଭାଗ ଭାଗ କରି ଜମିରୁ ବସ୍ତିବାସିନ୍ଦାଙ୍କୁ ହଟେଇବା କାର୍ଯ୍ୟ ବଢ଼େଇ ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ତଦନ୍ତ, ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି, ଟଙ୍କା ଡିପୋଜିଟ କରିଥିବା ସବୁ ପରିବାରଙ୍କୁ ତୁରନ୍ତ ଘର ପ୍ରଦାନ, ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତି ସମେତ ସବୁ ବସ୍ତିରେ ପ୍ରକୃତରେ ରହୁଥିବା ସବୁ ପରିବାରକୁ କୋଠାଘର ଯୋଗେଇଦେବା। ବସ୍ତି ଆଇନ ପରିବାର ସଜ୍ଞାକୁ କଡାକଡି ପାଳନ କରିବା ଆଦି ଦାବିରେ ଭୁବନେଶ୍ୱରର ସମସ୍ତ ବସ୍ତିବାସିନ୍ଦା ବିଏମସି ଚାଲ ଅଭିଯାନରେ ସାମିଲ ହୋଇ ଏହି ଶାନ୍ତିପୂର୍ଣ୍ଣ ଗଣ ପ୍ରତିବାଦ ସମାବେଶକୁ ସଫଳ କରିଵାକୁ ବସ୍ତି ସୁରକ୍ଷା ମଞ୍ଚର ସଭାନେତ୍ରୀ ହେନା ବାରିକ ଓ ସାଧାରଣ ସମ୍ପାଦିକା କମ୍ରେଡ଼ ପ୍ରମିଳା ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧରଣଙ୍କୁ ନିବେଦନ କରିଛନ୍ତି।

ବସ୍ତିମୁକ୍ତ ସହରର ସ୍ଲୋଗାନ ଦେଉଥିବା ସରକାର ବସ୍ତିଭାଙ୍ଗି ନୂଆ ବସ୍ତି ଗଢୁଛନ୍ତି। ବର୍ତ୍ତମାନ ରହୁଥିବା ଅବସ୍ଥା ଠାରୁ ଆହୁରୀ ଜଘନ୍ୟ ଅବସ୍ଥା ମଧ୍ୟକୁ ଲୋକଙ୍କୁ ଠେଲି ଦେଉଛନ୍ତି। ଘରୋଇ ବିଲଡର, ଜମି ମାଫିଆଙ୍କ ସ୍ୱାର୍ଥରେ ଶାସକ ଦଳର ପ୍ରତିନିଧିଙ୍କ ଜରିଆରେ ଲୋକଙ୍କୁ ଭୁଲେଇ ଫୁସୁଲେଇ ମିଛ ପ୍ରତିଶୃତି ଦେଇ ଗୋଟିଏ ଜମିରୁ ଆଉ ଏକ ସରକାରୀ ଜମିକୁ ସ୍ଥାନାନ୍ତର କରି ଦେଉଛନ୍ତି କିନ୍ତୁ ପ୍ରତିଶ୍ରୁତି ମୁତାବକ ସ୍ଥାୟୀ ଥଇଥାନ କରିବା ବଦଳରେ ସେମାନଙ୍କୁ ଠକି ଦେଉଛନ୍ତି। ନାରାୟଣୀ, ସହିଦ ନଗର ତେଲୁଗୁ ସାହି, ବୁଦ୍ଧ ନଗର, ଭେଂକେତେଶ୍ୱର, ଫାର୍ମଗେଟ, ଜଗନ୍ନାଥ ସାହି, ନୀଳମାଧଵ ଆଦି ଅର୍ଦ୍ଧ ଶତକ ପ୍ରାୟ ବସ୍ତି ଏହିଭଳି ସରକାରୀ ବାବୁ ଓ ଶାସକ ଦଳ ନେତାଙ୍କ ଚକ୍ରାନ୍ତର ଶିକାର ହୋଇ ଜାଗା ଛାଡିଛନ୍ତି କିନ୍ତୁ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ଯାଇଛି। ସେମାନଙ୍କ ସହ ପ୍ରତାରଣା କରାଯାଇଛି। ଏବେ ସାଲିଆସାହି ବସ୍ତି ଉଛେଦ ପାଇଁ ମଧ୍ୟ ସମାନ ନୀତି ଆପଣା ଯାଇଛି। ସରକାରଙ୍କ ଏଭଳି ହୀନ ଷଡ଼ଯନ୍ତ୍ରମୂଳକ ବସ୍ତି ଉଛେଦ ନୀତିକୁ ଉପସ୍ଥିତ ସମସ୍ତ ବସ୍ତି ନେତାମାନେ ତୀବ୍ର ସମାଲୋଚନା କରିଥିଲେ। ସରକାର ଏହି ଭୁଆଁବୁଲା ନୀତି ପ୍ରତ୍ୟାହାର ନକଲେ ସେମାନେ ଏହାର କଡା ଜବାବ ଦେବେ ବୋଲି ଚେତାବନୀ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ, ବସ୍ତି ନେତା ରାମଚନ୍ଦ୍ର ସାହୁ, ଗଦାଧର ସାହୁ, ନାରାୟଣ ଲେଙ୍କା, ଦୀନବନ୍ଧୁ ସାହୁ, ପର୍ଶୁରାମ ମହଲା, ସରୋଜ ଦାସ, ଯୋଗିନାଥ ବେହେରା, ଗୋବିନ୍ଦ ସାହୁ, ପ୍ରଫୁଲ ମାହାନା, ରାମରାଜ ଶର୍ମା, ପ୍ରତିମା ନାୟକ, ସନ୍ତୋଷ ଭଟ୍ରା, ଦିଲ୍ଲୀପ ସିଂ, ବିଚିତ୍ର ପାତ୍ର, ନିରଞ୍ଜନ ପ୍ରଧାନ, ବିଜୟ ସାମଲ, ପୂଜା ଦାସ ଆଦି ବସ୍ତିନେତା ଏବଂ ପୁରୀ ବସ୍ତି ସୁରକ୍ଷା ମଞ୍ଚର ସଭାପତି କୃଷ୍ଣ ମୋହନ ପ୍ରଦାନ ଆଦି ଉପସ୍ଥିତ ଥିଲେ। ବସ୍ତି ଆନ୍ଦୋଳନକାରୀଙ୍କ ସମର୍ଥନରେ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ଏବଂ ଦଳିତ ନେତ୍ରୀ ମୀନା ଭୋଇ ମଧ୍ୟ ଏହି ସାମ୍ବାଦିକ ସମିଳନୀରେ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version